ପ୍ରସିଦ୍ଧ ଉର୍ଦ୍ଦୁ କବି ମୁନାୱାର ରାଣାଙ୍କ ପରଲୋକ

ଲକ୍ଷ୍ନୌ: ପ୍ରସିଦ୍ଧ ଉର୍ଦ୍ଦୁ କବି ମୁନାୱର ରାଣାଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ସେ ଲକ୍ଷ୍ନୌ ପିଜିଆଇରେ ଚିକିତ୍ସାଧୀନ ଥିଲେ । ରାଣାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ମୁନାୱର କିଡନୀ ଏବଂ ହୃଦ୍ ରୋଗରେ ପୀଡ଼ିତ ଥିଲେ।

ମୁନାୱର ରାଣାଙ୍କ ଝିଅ ସୁମାୟା କହିଛନ୍ତି, ରବିବାର ବିଳମ୍ବିତ ରାତିରେ ତାଙ୍କ ପିତାଙ୍କ ଡାକ୍ତରଖାନାରେ ବିୟୋଗ ଘଟିଛି। ସୋମବାର ତାଙ୍କର ଶେଷକୃତ୍ୟ ହେବ। ମୁନାୱରଙ୍କ ପରିବାରରେ ପତ୍ନୀଙ୍କ ସହ ୪ ଝିଅ ଓ ଗୋଟିଏ ପୁଅ ଅଛନ୍ତି

Comments are closed.