ଭୁବନେଶ୍ୱର – ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଆଜି ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ।
ରାଜ୍ୟର ଏହା ସର୍ବପୁରାତନ ଏବଂ ଦେଶର ୧୭ ତମ ପୁରାତନ ବିଶ୍ୱବିଦ୍ୟାଳୟ । ଏହା ଏକ ଶିକ୍ଷାଦାନ-ତଥା -ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ ରାଜ୍ୟର ବିଶ୍ୱବିଦ୍ୟାଳୟ ମାନଙ୍କର ମା’ ଭାବରେ ଜଣାଶୁଣା ଉତ୍କଳ ବିଶ୍ୱବିଦ୍ୟାଳୟର ଏକ ଭିନ୍ନ ଇତିହାସ ରହିଛି।
ଆଧୁନିକ ଓଡିଶାର ବିକାଶରେ ଏହାର ଅବଦାନ ଅତୁଳନୀୟ । ବିଶ୍ୱବିଦ୍ୟାଳୟକୁ ଅନେକ ପ୍ରତିଷ୍ଠିତ ଯଶସ୍ବୀ ଶିକ୍ଷାବିତ ମାନେ ସେବା ପ୍ରଦାନ କରିଛନ୍ତି । ଏକାଡେମିକ ଏବଂ ଅନୁସନ୍ଧାନରେ ଏହାର ଉଲ୍ଲେଖନୀୟ ସଫଳତା ବିଶ୍ୱବିଦ୍ୟାଳୟକୁ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିବାରେ ସାହାଯ୍ୟ କରିଛି । ସାକ୍ଷାତ ଆଲୋଚନା କାଳରେ ଏହି ବିଶ୍ଵବିଦ୍ୟାଳୟର ବିକାଶ ତଥା ଗୌରବ ବଜାୟ ରଖିବା ନେଇ ଆଲୋଚନା ହୋଇଥିଲା ।
Comments are closed.