ବରୁଣ ଗାନ୍ଧୀ କରୋନା ସଂକ୍ରମିତ

ପିଲିଭିଟ: ଉତ୍ତର ପ୍ରଦେଶର ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ବରୁଣ ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି। ରବିବାର ସୋସିଆଲ ମିଡିଆ ମାଧ୍ୟମରେ ବରୁଣ ଏହି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ଗତ ତିନି ଦିନ ଧରି ପିଲିଭିଟରେ ଅଛି। କରୋନାର କିଛି ଲକ୍ଷଣ ଦେଖାଦେବା ସହ ମୋର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି |

ବରୁଣ ଗାନ୍ଧୀ କହିଛନ୍ତି ଯେ ଆମେ ବର୍ତ୍ତମାନ କରୋନା ଓ ନିର୍ବାଚନ ପ୍ରଚାରର ତୃତୀୟ ଲହର ଦେଇ ଗତି କରୁଛୁ। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପ୍ରାର୍ଥୀ ତଥା ରାଜନୈତିକ କର୍ମୀଙ୍କ ପାଇଁ ଟିକା ଡୋଜ୍ ବୃଦ୍ଧି ବଢ଼ାଇବା ଉଚିତ। ସୂଚନାଯୋଗ୍ୟ ଯେ ନିକଟ ଅତୀତରେ ବରୁଣ ଗାନ୍ଧୀ ପାର୍ଟି ଲାଇନରୁ ହଟି ବିଭିନ୍ନ ପ୍ରସଙ୍ଗରେ କିଛି କଡ଼ା ମନ୍ତବ୍ୟ ଦେଇଥିଲେ। କୃଷକଙ୍କ ସପକ୍ଷରେ ସେ ନିରନ୍ତର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। କରୋନା ପ୍ରକୋପ ମଧ୍ୟରେ ଏହି ପାଞ୍ଚ ରାଜ୍ୟରେ ଫେବୃଆରୀ ୧୦ରୁ ମତଦାନ କୋଭିଡ ଗାଇଡଲାଇନ୍ ପାଳନ ପୂର୍ବକ ଅନୁଷ୍ଠିତ ହେବ । କରୋନା ବିସ୍ଫୋରଣ କୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଜାନୁଆରୀ ୧୫ ପର୍ଯ୍ୟନ୍ତ ନିର୍ବାଚନ ରାଲି ଉପରେ କଟକଣା ଲଗାଇଛନ୍ତି। ଦଳମାନଙ୍କୁ ଭର୍ଚୁଆଲ୍ ତଥା ଅନଲାଇନ୍ ନାଲି ପାଇଁ ଅନୁମତି ଦିଆଯାଇଛି ।

Comments are closed.