ଆଉ ନାହାଁନ୍ତି ‘ମହାଭାରତ’ର ଶକୁନି

ମୁମ୍ବାଇ: ଟିଭି ଧାରାବାହିକ ‘ମହାଭାରତ’ର ଶକୁନି ଭୂମିକାରେ ଅଭିନୟ ପାଇଁ ପରିଚିତ ବରିଷ୍ଠ ଅଭିନେତା ଗୋଫି ପେଣ୍ଟାଲଙ୍କ ସୋମବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ପେଣ୍ଟାଲ କିଛି ଦିନ ତଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ମୁମ୍ବାଇ ଅନ୍ଧେରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସାଥୀ ଅଭିନେତା ସୁରେନ୍ଦ୍ର ପାଲ ପେଣ୍ଟାଲଙ୍କ ଦେହାନ୍ତ ନିଶ୍ଚିତ କରିଛନ୍ତି। ଆଜି ଅପରାହ୍ନ ୪ଟାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ।

ଗୋଫି ୧୯୭୫ରେ ‘ରାଫୁ ଚକ୍ର’ ଚଳଚ୍ଚିତ୍ର ସହ ବଲିଉଡରେ ଡେବ୍ୟୁ କରିଥିଲେ। ସେ ୮୦ ଦଶକରେ ଅନେକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ ଅଭିନୟ କରିଥିଲେ | ତେବେ ବି.ଆର୍ ଚୋପ୍ରାଙ୍କ ପୌରାଣିକ ଟିଭି ସିରିଏଲ୍ ‘ମହାଭାରତ’ ହିଁ ତାଙ୍କୁ ଜଣେ ଅଭିନେତା ଭାବେ ଖ୍ୟାତି ଓ ଲୋକପ୍ରିୟତା ଆଣିଦେଇଥିଲା । ସେ ଏହି ସିରିଏଲରେ ‘ଶକୁନି ମାମା’ ଚରିତ୍ରରେ ଅଭିନୟ କରିଥିଲେ | ଗୋଫିଙ୍କୁ ଶେଷଥର ପାଇଁ ଟିଭି ଶୋ ‘ଜୟ କହ୍ନେୟା ଲାଲ କି’ରେ ଦେଖିବାକୁ ମିଳିଥିଲା।

Comments are closed.