ଋଣ ଜାଲିଆତି ମାମଲା: ଭିଡିଓକନ୍ ଗ୍ରୁପ୍ ଅଧ୍ୟକ୍ଷ ଭିଏନ୍ ଧୂତ୍ ଗିରଫ

ନୂଆଦିଲ୍ଲୀ: ସିବିଆଇ ଆଇସିଆଇସିଆଇ ଋଣ ଜାଲିଆତି ମାମଲାରେ ଭିଡିଓକନ୍ ଗ୍ରୁପ୍ ଅଧ୍ୟକ୍ଷ ଭିଏନ୍ ଧୂତଙ୍କୁ ଗିରଫ କରିଛି। ଏହି ମାମଲାରେ ସିବିଆଇ ପୂର୍ବରୁ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମଡି ତଥା ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଗିରଫ କରିସାରିଛି। ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ସିବିଆଇ ଶୁକ୍ରବାର ଗିରଫ କରିଥିଲା । ଶନିବାର ଉଭୟଙ୍କୁ କୋର୍ଟ ଚାରି ଦିନ ସିବିଆଇ ରିମାଣ୍ଡରେ ପଠାଇଥିଲେ।

Comments are closed.