ପୁଣି ବିବାଦରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ତିନି ଛାତ୍ର ବହିଷ୍କୃତ ପରେ ୧୧ ଫାକଲ୍ଟି ସସପେଣ୍ଡ୍

କୋଲକାତା: ଗତ କିଛି ଦିନ ଧରି ପଶ୍ଚିମବଙ୍ଗର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଛାତ୍ର ଓ ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଅଗଷ୍ଟ ୨୩ରେ ତିନିଜଣ ଛାତ୍ରଙ୍କୁ ବହିଷ୍କାର କରାଯିବା ନେଇ ବିବାଦ ସୃଷ୍ଟି ହୋଇଛି। ବୁଧବାର କଲିକତା ହାଇକୋର୍ଟ ଉକ୍ତ ତିନି ଛାତ୍ରଙ୍କୁ ଶ୍ରେଣୀରେ ଯୋଗଦେବାକୁ ଅନୁମତି ଦେଇଛନ୍ତି। କୁଳପତି ବିଦ୍ୟୁତ୍ ଚକ୍ରବର୍ତ୍ତୀ ଅକ୍ଟୋବର ୨୦୧୮ରେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବିରୋଧ ପ୍ରଦର୍ଶନ ଚାଲିଛି। ନଭେମ୍ବର ୨୦୧୯ ଠାରୁ ଏପର୍ଯ୍ୟନ୍ତ ୨୨ ଜଣ କର୍ମଚାରୀ, ୧୧ ଫାକଲ୍ଟି ଏବଂ ୧୧ ଜଣ ଅଣଶିକ୍ଷକ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏହାଛଡ଼ା ୧୫୦ରୁ ଅଧିକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି |

Comments are closed.