ବିଧାନସଭା ନିର୍ବାଚନ: ମିଜୋରାମ ଓ ଛତିଶଗଡ଼ରେ ମତଦାନ ଆରମ୍ଭ

ନୂଆଦିଲ୍ଲୀ :ମିଜୋରାମର ସମସ୍ତ ୪୦ଟି ଆସନ ଓ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଆରମ୍ଭ ହୋଇଛି। ଛତିଶଗଡରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍ ଗ୍ରହଣ ଚାଲିଛି । ଏଥିମଧ୍ୟରେ ନକ୍ସଲ ପ୍ରଭାବିତ ୭ଟି ଜିଲ୍ଲା ରହିଛି ।

ଛତିଶଗଡର ଅବଶିଷ୍ଟ ୭୦ଟି ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ନଭେମ୍ବର ୧୭ରେ ହେବ।

ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରେ ମୋଟ ୪୦ଟି ଆସନରେ ଭୋଟ୍ ଗ୍ରହଣ କରାଯାଉଛି । ନିର୍ବାଚନରେ ୧୭୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା କିଛି ସମୟ ପୂର୍ବରୁ ଭୋଟ୍ ଦେଇଛନ୍ତି। ସେ ଆଇଜାୱଲ୍ ଉତ୍ତର-୨ ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ମତଦାନ ବୁଥରେ ଭୋଟ୍ ଦେଇଛନ୍ତି।

ମିଜୋରାମ ବିଧାନସଭା ନିର୍ବାଚନରେ ମିଜୋରାମ ନ୍ୟାସନାଲ ଫ୍ରଣ୍ଟ (ଏମ୍ଏମ୍ଏଫ୍), ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେପିଏମ) ଏବଂ କଂଗ୍ରେସ ସହ ୪୦ଟି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେପି ୨୩ଟି ଓ ଆମ୍ ଆଦମୀ ପାର୍ଟି (ଆପ୍) ୪ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି।

Comments are closed.