ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ, ୬୦ଟି ଆସନରେ ୨୫୯ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ଅଗରତାଲା: ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ରାଜ୍ୟର ୬୦ଟି ଆସନ ପାଇଁ ସକାଳ ୭ ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ରାଜ୍ୟରେ ମୋଟ ୩,୩୨୭ ପୋଲିଂ ବୁଥରେ ଜାରି ରହିଛି ଭୋଟିଂ । ମୋଟ ୨୮.୧୩ ଲକ୍ଷ ଭୋଟର ୨୫୯ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ। ମାର୍ଚ୍ଚ ୨ରେ ଫଳାଫଳ ଘୋଷଣା କରାଯିବ। ଚଳିତ ନିର୍ବାଚନରେ ୫୭ଟି ଆସନରେ ବହୁମୁଖୀ ଲଢ଼େଇ ହେଉଥିବା ବେଳେ ୩ଟି ଆସନରେ ବିଜେପି ସହ କଂଗ୍ରେସ-ବାମ ସାମ୍ମୁଖ୍ୟ ସହ ସିଧାସଳଖ ମୁକାବିଲା ହେବ ।

୨୦୧୮ ବିଧାନସଭା ନିର୍ବାଚନରେ ​ ବାମପନ୍ଥୀ ଦଳର ୨୫ ବର୍ଷର ଶାସନର ଅନ୍ତ ଘଟାଇ ବିଜେପି ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିଥିଲା। ଗତ ବିଧାନସଭା ନିର୍ବାଚନରେ ​​ବିଜେପି ୬୦ଟି ସିଟ୍ ମଧ୍ୟରୁ ୩୫ଟି ଆସନରେ ବିଜୟୀ ହୋଇଥିଲା । ସିପିଆଇ (ଏମ୍) ମାତ୍ର ୧୬ଟି ଆସନରେ ସୀମିତ ରହିଥିଲା। ଆଇପିଏଫଟି ରାଜ୍ୟରେ ୮ଟି ସିଟ୍ ପାଇଥିଲା ।

Comments are closed.