ଉତ୍ତର ପ୍ରଦେଶ ନିର୍ବାଚନ: ପଞ୍ଚମ ପର୍ଯ୍ୟାୟ ମତଦାନ ଆରମ୍ଭ, ୧୨ଟି ଜିଲ୍ଲାର ୬୧ ଆସନରେ ଚାଲିଛି ଭୋଟ୍ ଗ୍ରହଣ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି | ଏହି ପର୍ଯ୍ୟାୟରେ ଆମେଥୀ, ରାୟବରେଲି, ସୁଲତାନପୁର, ଚିତ୍ରକୋଟ, ପ୍ରତାପଗଡ, କୌଶମ୍ବୀ, ପ୍ରୟାଗରାଜ, ବାରବାଙ୍କି, ଅଯୋଧ୍ୟା, ବହରାଇଚ, ଶ୍ରାବସ୍ତି ଏବଂ ଗୋଣ୍ଡା ସମେତ ୧୨ ଜିଲ୍ଲାର ୬୧ ଆସନ ପାଇଁ ମତଦାନ ଭୋଟ ଗ୍ରହଣ ହେଉଛି। ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସିରଥୁ ଆସନରେ ମଧ୍ୟ ମତଦାନ ଆରମ୍ଭ ହୋଇଛି। ଏହାଛଡ଼ା ରାଜା ଭାୟାଙ୍କ ସମେତ ଅନେକ ବଡ଼ ନେତାଙ୍କ ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରଣ କରିବେ ଭୋଟର । ସୂଚନା ଅନୁଯାୟୀ, ଏହି ପର୍ଯ୍ୟାୟରେ ମୋଟ ୬୯୨ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି।

Comments are closed.