ଟି-୨୦ ବିଶ୍ୱକପ୍: ପିଏନଜି ବିପକ୍ଷରେ ୱେଷ୍ଟଇଣ୍ଡିଜର ସଂଘର୍ଷପୂର୍ଣ୍ଣ ବିଜୟ

ଜର୍ଜଟାଉନ୍ (ଗାଏନା): ୱେଷ୍ଟଇଣ୍ଡିଜ୍ ରବିବାର ଟି-୨୦ ବିଶ୍ୱକପ୍ ମ୍ୟାଚରେ ପପୁଆ ନ୍ୟୁ ଗିନି (ପିଏନଜି)କୁ ପାଞ୍ଚ ୱିକେଟରେ ହରାଇଛି। ତେବେ ପିଏନଜି ଭଳି ଅନଭିଜ୍ଞ ଟିମ୍ ଦୁଇଥର ଚାମ୍ପିୟନ୍ ଓ୍ବେଷ୍ଟଇଣ୍ଡିଜକୁ ପାଣି ପିଆଇ ଦେଇଥିଲା। ଓ୍ବେଷ୍ଟଇଣ୍ଡିଜକୁ ଶେଷ ପର୍ଯ୍ୟନ୍ତ ଚାପରେ ରଖିଥିଲା ପିଏନଜି।

ପିଏନଜି ପ୍ରଦତ୍ତ ୧୩୭ ରନର ମାମୁଲି ଟାର୍ଗେଟ ଜବାବରେ ୱେଷ୍ଟଇଣ୍ଡିଜର ଅଧା ବ୍ୟାଟ୍ସମ୍ୟାନ ଏକଦା ୯୭ ରନରେ ପ୍ୟାଭିଲିୟନ ଫେରିଯାଇଥିଲେ। ତେବେ ରୋଷ୍ଟନ୍ ଚେଜ୍ (୪୨ *) ଏବଂ ଆଣ୍ଡ୍ରେ ରସେଲ୍ (୧୫ *) ଷଷ୍ଠ ୱିକେଟ୍ ପାଇଁ ୧୮ ବଲରେ ୪୦ ରନ୍ ର ଅବିଭକ୍ତ ଭାଗିଦାରୀ ସହ ୱେଷ୍ଟଇଣ୍ଡିଜକୁ ବିଜୟ ଆଡକୁ ନେଇଥିଲେ। ଓ୍ବେଷ୍ଟଇଣ୍ଡିଜ ୧୯ତମ ଓଭରରେ ଜିତିଥିଲା।

ଏହା ପୂର୍ବରୁ ଟସ୍ ହାରି ବ୍ୟାଟିଂ ଆମନ୍ତ୍ରିତ ହେବା ପରେ ପିଏନଜି ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ସେସେ ବାଉ (୫୦ ରନ୍)ଙ୍କ ଅର୍ଦ୍ଧଶତକ ସହାୟତାରେ ୮ ୱିକେଟ୍ ହରାଇ ୧୩୬ ରନ୍ କରିଥିଲା।

Comments are closed.