ଜୁଲାଇରେ ୨୩ ଲକ୍ଷରୁ ଉର୍ଦ୍ଧ୍ବ ଭାରତୀୟ ଆକାଉଣ୍ଟ୍ ବନ୍ଦ କଲା ହ୍ବାଟସଆପ୍

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ବାଟସଆପ୍ ଜୁଲାଇ ୨୦୨୨ ମଧ୍ୟରେ ୨୩.୮୭ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ବ୍ୟାନ୍ କରିଛି । ଏଥିମଧ୍ୟରୁ ୟୁଜରଙ୍କ ତରଫରୁ କୌଣସି ଅଭିଯୋଗ ପୂର୍ବରୁ ୧୪ ଲକ୍ଷରୁ ଅଧିକ ଆକାଉଣ୍ଟ ହଟାଇ ଦିଆଯାଇଥିଲା । ହ୍ବାଟସଆପ୍ କହିଛି ଯେ ଚଳିତ ଆର୍ଥିକ ବର୍ଷର ଯେକୌଣସି ମାସ ତୁଳନାରେ ଜୁଲାଇ ମାସରେ ବ୍ୟାନ୍ ହୋଇଥିବା ଆକାଉଣ୍ଟ ସଂଖ୍ୟା ସର୍ବାଧିକ। ହ୍ବାଟସଆପ୍ ଜୁନ୍ ୨୦୨୨ରେ ଅଭିଯୋଗ ଓ ସର୍ତ୍ତାବଳୀ ଉଲ୍ଲଂଘନ ପାଇଁ ୨୨ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ନିଷିଦ୍ଧ କରିଥିଲା ।

ଅନ୍ୟପକ୍ଷରେ କମ୍ପାନୀ ମେ ମାସରେ ୧୯ ଲକ୍ଷ, ଏପ୍ରିଲରେ ୧୬ ଲକ୍ଷ ଏବଂ ମାର୍ଚ୍ଚରେ ୧୮.୦୫ ଲକ୍ଷ ଆକାଉଣ୍ଟକୁ ବନ୍ଦ କରିଦେଇଥିଲା । ହ୍ଵାଟସଆପ ଏହାର ମାସିକ କମ୍ପ୍ଲାଏନ୍ସ ରିପୋର୍ଟରେ କହିଛି ଯେ ଜୁଲାଇ ୧, ୨୦୨୨ ରୁ ଜୁଲାଇ ୩୧, ୨୦୨୨ ମଧ୍ୟରେ ୨୩,୮୭,୦୦୦ ଆକାଉଣ୍ଟ ଉପରେ କଟକଣା ଲଗାଯାଇଥିଲା। ଏଥିମଧ୍ୟରୁ ୧୪,୧୬,୦୦୦ ଆକାଉଣ୍ଟ ୟୁଜରଙ୍କ କୌଣସି ରିପୋର୍ଟ ପୂର୍ବରୁ ସକ୍ରିୟ ଭାବରେ ବ୍ୟାନ୍ କରାଯାଇଥିଲା ।

Comments are closed.