ଭାରତରେ ୩୦ ଲକ୍ଷରୁ ଉର୍ଦ୍ଧ୍ଵ ଆକାଉଣ୍ଟ୍ ବ୍ୟାନ୍ କଲା ହ୍ବାଟସଆପ୍

ନୂଆଦିଲ୍ଲୀ: ଭାରତରେ ପ୍ରାୟ ୫୫ କୋଟି ଲୋକ ହ୍ବାଟସଆପ୍ ବ୍ୟବହାର କରନ୍ତି। ଅନ୍ୟ ସୋସିଆଲ ମିଡ଼ିଆ କମ୍ପାନୀଗୁଡିକ ପରି ହ୍ବାଟସଆପ୍ ମଧ୍ୟ ଭାରତ ସରକାରଙ୍କ ନୂଆ ଆଇଟି ନିୟମ ପରିସରଭୁକ୍ତ ହୋଇଛି। ଏହି ନିୟମ ଅନୁଯାୟୀ ସମସ୍ତ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ପ୍ରତି ମାସରେ ୟୁଜର ସେଫ୍ଟି ରିପୋର୍ଟ ଦାଖଲ କରିବାକୁ ପଡିବ। ବର୍ତ୍ତମାନ ହ୍ବାଟସଆପ୍ ଏହାର ମାସିକ ୟୁଜର ସେଫ୍ଟି ରିପୋର୍ଟ ପ୍ରକାଶ କରିଛି ଯେଉଁଥିରେ ଦର୍ଶାଯାଇଛି ଯେ ଚଳିତ ବର୍ଷ ଜୁନ୍-ଜୁଲାଇ ମଧ୍ୟରେ ତିନି ମିଲିୟନ ତଥା ୩୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍ କରିଛି।

ପ୍ଲାଟଫର୍ମକୁ ସୁରକ୍ଷିତ ଏବଂ ସ୍ପାମ୍ ମୁକ୍ତ ରଖିବା ପାଇଁ ଅନଲାଇନ୍ ସ୍ପାମ୍ ଏବଂ ଅପବ୍ୟବହାର ବିରୋଧରେ ଏହି ପଦକ୍ଷେପ ନିଆଯାଇଛି ବୋଲି ହ୍ବାଟସଆପ୍ କହିଛି। ଜୁନ୍ ରୁ ଜୁଲାଇ ୨୦୨୧ ମଧ୍ୟରେ ପ୍ରାୟ ୩୦ ଲକ୍ଷ ୨୭ ହଜାର ଆକାଉଣ୍ଟ ଉପରେ କଟକଣା ଲଗାଯାଇଛି। ଅଭିଯୋଗ ଅଧିକାରୀଙ୍କ ଅଭିଯୋଗ ପାଇବା ପରେ ଏହି ଆକାଉଣ୍ଟଗୁଡିକ ଏକ ଅଟୋମେଟେଡ୍ ଟୁଲ୍ ଦ୍ୱାରା ପ୍ରକ୍ରିୟାକରଣ କରାଯାଇଛି |

ଏହି ଅବଧି ମଧ୍ୟରେ ୟୁଜର ମାନଙ୍କ ଅଭିଯୋଗ ଭିତ୍ତିରେ ୩୧୬ ଆକାଉଣ୍ଟ ବ୍ଲକ୍ କରାଯାଇଛି ଏବଂ ୭୩ଟି ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି | ଆଇଟି ନିୟମ ଅନୁଯାୟୀ ଏହି ଆକାଉଣ୍ଟ ଗୁଡିକ ଉପରେ ୪୬ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି | ଏହି ୪୬ ଦିନରେ ୟୁଜର ମାନଙ୍କ ଠାରୁ ୫୯୪ଟି ଅଭିଯୋଗ ଗ୍ରହଣ କରାଯାଇଛି, ସେଥିମଧ୍ୟରୁ ୩୧୬ ଟି ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଥିଲା।

ଅନ୍ୟ କିଛି ଆକାଉଣ୍ଟ୍ ଉପରେ ସୁରକ୍ଷା କାରଣରୁ ଅଭିଯୋଗ ଗ୍ରହଣ କରାଯାଇଛି | ହ୍ବାଟସଆପ୍ କହିଛି ଯେ ଆବ୍ୟୁଜ୍ ଚିହ୍ନଟ ପାଇଁ ଏହାର ଏକ ସ୍ୱୟଂଚାଳିତ ବ୍ୟବସ୍ଥା ଅଛି | ଯଦି ଆପଣଙ୍କର ଆକାଉଣ୍ଟ୍ ବିଷୟରେ ଅଭିଯୋଗ ଅଛି, ଆପଣ [email protected] କୁ ଇ-ମେଲ୍ କରିପାରିବେ କିମ୍ବା ଆପଣଙ୍କ ଆପରୁ ହିଁ ସମ୍ପୃକ୍ତ ଆକାଉଣ୍ଟକୁ ବ୍ଲକ୍ କିମ୍ବା ରିପୋର୍ଟ କରିପାରିବେ |

Comments are closed.