ହ୍ବିଲ୍ ଚେୟାର ଫେନ୍ସିଂ ବିଶ୍ଵକପ୍: ଭାରତୀୟ ଦଳରେ ଗଞ୍ଜାମର ଭି.ରମେଶ ରାଓ

ବ୍ରହ୍ମପୁର: ଇଟାଲୀରେ ହେବାକୁ ଥିବା ହ୍ବିଲ୍ ଚେୟାର ଫେନ୍ସିଂ ବିଶ୍ଵକପ୍ ପାଇଁ ୧୧ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି । ଏଥିରେ ଗଞ୍ଜାମର ଭି.ରମେଶ ରାଓଙ୍କ ସମେତ ଓଡିଶାରୁ ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ରମେଶଙ୍କ ସହ ଭାରତୀୟ ଦଳରେ ସ୍ଥାନ ପାଇଥିବା ଅନ୍ୟ ଦୁଇ ଓଡ଼ିଆ ହେଲେ ରାଖାଲ୍ କୁମାର ସେଠୀ ଓ ପୂଜାସ୍ବିନୀ ନାୟକ ।

ଭି.ରମେଶ ରାଓ ୨୦୨୦-୨୧ ଜାତୀୟ ଚାମ୍ପିୟନସିପ୍‌ରେ ୪ଟି ପଦକ ହାସଲ କରିଥିଲେ । ରାଖାଲ ଓ ପୂଜାସ୍ବିନୀ ମଧ୍ୟ ବ୍ୟକ୍ତିଗତ ଓ ଦଳଗତ ବର୍ଗରେ ୬ଟିଲେଖାଏଁ ପଦକ ହାସଲ କରିଥିଲେ ।

ଇଟାଲୀର ପିସା ସହରରେ ନଭେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ହ୍ବିଲ୍ ଚେୟାର ଫେନ୍ସିଂ ବିଶ୍ଵକପ୍ ଅନୁଷ୍ଠିତ ହେବ । ହ୍ବିଲ୍ ଚେୟାର ଫେନ୍ସିଂ ବିଶ୍ଵକପ୍ ପ୍ରସ୍ତୁତି ପାଇଁ ହରିୟାଣାର କର୍ଣ୍ଣାଲରେ ଆୟୋଜିତ ଜାତୀୟ ଶିବିରରେ ମନୋନୀତ ଖେଳାଳି ମାନେ ଭଲ ଅଭ୍ୟାସ କରିଥିଲେ । ହ୍ବିଲ୍ ଚେୟାର ଫେନ୍ସିଂ ବିଶ୍ଵକପରେ ଭଲ ପ୍ରଦର୍ଶନ ସହ ପଦକ ଜିତିବେ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି । ଓଡ଼ିଶା ପାରା ସ୍ପୋର୍ଟସ ସଂଘ ର ସଭାପତି କମଳା କାନ୍ତ ରଥ ଓ ସମ୍ପାଦକ ଲୋକନାଥ ମହାନ୍ତି । ସଂଘର ସଦସ୍ୟ ମାନେ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ରାଜ୍ୟ ପାଇଁ ପଦକ ଆଣିବେ ବୋଲି ଆଶାବାଦୀ ଅଛନ୍ତି ।

Comments are closed.