୬ ଦିନ ପୂର୍ବରୁ ଶେଷ ହେଲା ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଧାର୍ଯ୍ୟ ସମୟର ୬ ଦିନ ପୂର୍ବରୁ ଶେଷ ହୋଇଛି । ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

ଡିସେମ୍ବର ୭ରୁ ଆରମ୍ଭ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ ବୋଲି ଧାର୍ଯ୍ୟ ହୋଇଥିଲା ।

ବିଜିନସ୍ ଆଡଭାଇଜରୀ କମିଟିର ବୈଠକ ପରେ ଶୀତ ଅଧିବେଶନକୁ ଧାର୍ଯ୍ୟ ସମୟର ୭ ଦିନ ପୂର୍ବରୁ ମୁଲତବୀ ରଖିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି।

ଚୀନ୍ ସୀମା ବିବାଦ ନେଇ ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗ ସେକ୍ଟରରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ଉପରେ ବିରୋଧୀ ଆଲୋଚନା କରିବାକୁ ଦାବି କରିଥିଲେ। କିନ୍ତୁ ସରକାର ଏଥିରେ ରାଜି ହୋଇନଥିଲେ ।

ଭାରତ-ଚୀନ୍ ସୀମା ପ୍ରସଙ୍ଗରେ ଆଲୋଚନା ପାଇଁ ଲୋକସଭାରେ ଶୂନ୍ୟକାଳରେ ବିରୋଧୀ ହଙ୍ଗାମା କରୁଥିବାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗୁରୁବାର ଗୃହକୁ ଅନିର୍ଦ୍ଦିଷ୍ଟ ମୁଲତବୀ ରଖିବାକୁ ଘୋଷଣା କରିଥିଲେ ।

Comments are closed.