ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ଏହି ସୂଚନା ଦେଇଛନ୍ତି।

ଶୀତକାଳୀନ ଅଧିବେଶନରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ପର୍କିତ ବିଲ୍ ଉପରେ ଆଲୋଚନା ହେବା ସମ୍ଭାବନା ରହିଛି। ଏହି ବିଲରେ ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ର଼୍ୟାଙ୍କ୍ କ୍ୟାବିନେଟ ସଚିବ ସମକକ୍ଷ କରିବା ବ୍ୟବସ୍ଥା ରହିଛି। ସମ୍ପ୍ରତି ନିର୍ବାଚନ କମିଶନରଙ୍କ ର଼୍ୟାଙ୍କ୍ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ସହ ସମାନ।

ବିରୋଧୀ ଏହି ବିଲକୁ ବିରୋଧ କରୁଛନ୍ତି । ସେମାନେ କହୁଛନ୍ତି ଯେ ସରକାର ନିର୍ବାଚନ କମିଶନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି। ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର।

ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ରଙ୍କ ବିରୋଧରେ ଅଭିଯୋଗ ଉପରେ ଏଥିକ୍ସ କମିଟିର ରିପୋର୍ଟ ମଧ୍ୟ ସଂସଦର ଏହି ଅଧିବେଶନରେ ଉପସ୍ଥାପନ କରାଯିବା ସମ୍ଭାବନା ରହିଛି ।

Comments are closed.