ବିବାହ କାର୍ଡରେ ‘କେଜିଏଫ୍-୨’ ଡାଏଲଗ୍ ଛପାଇଲେ ୟଶ୍ ପ୍ରଶଂସକ

ନୂଆଦିଲ୍ଲୀ: ଏବେ ଚାରି ଆଡ଼େ କନ୍ନଡ଼ ସୁପରଷ୍ଟାର ୟଶ୍ ଅଭିନୀତ ‘କେଜିଏଫ୍-୨’ ର ଚହଳ । ରିଲିଜ ହେବା ପରଠୁ ଏହି ଫିଲ୍ମ ରେକର୍ଡ ପରେ ରେକର୍ଡ ଭାଙ୍ଗିବାରେ ଲାଗିଛି । ଲୋକେ ଏହି ଫିଲ୍ମକୁ ବେଶ୍ ପସନ୍ଦ କରୁଛନ୍ତି । ସତ କହିବାକୁ ଗଲେ, ରକି ଭାଇ (ୟଶ୍) କେବଳ ବକ୍ସ ଅଫିସରେ ରାଜ୍ କରୁନାହାନ୍ତି ବରଂ ଲୋକଙ୍କ ହୃଦୟ ମଧ୍ୟ ଜିତିଛନ୍ତି | ଏପରିକି କେଜିଏଫ୍-୨ ର ଜଣେ ପ୍ରଶଂସକ ନିଜ ବାହାଘର ନିମନ୍ତ୍ରଣ କାର୍ଡରେ ରକି ଭାଇଙ୍କ ଏକ ଲୋକପ୍ରିୟ ଡାଏଲଗ୍ ଛାପି ଚର୍ଚ୍ଚିତ ହୋଇଛନ୍ତି | ବର୍ତ୍ତମାନ ଏହି ବିବାହ କାର୍ଡ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ପୁଷ୍ପା ଫିଲ୍ମର ‘ମୈ ଝୁକେଗା ନହିଁ’ ପରି କେଜିଏଫ୍-୨ର ଏହି ଡାଏଲଗ୍ ମଧ୍ୟ ବେଶ୍ ଲୋକପ୍ରିୟ ହୋଇଛି। ଏହି ବିବାହ କାର୍ଡର ଫଟୋ @MISS_BINGG ନାମକ ଜଣେ ଟ୍ବିଟର ୟୁଜର ସେୟାର କରିଛନ୍ତି |

ଯଦି ଆପଣ ଏହି ଫିଲ୍ମ ମଧ୍ୟ ଦେଖିଥିବେ ତେବେ ଆପଣ ନିଶ୍ଚୟ ଶୁଣିଥିବେ ୟଶ୍ ଓରଫ୍ ରକିଭାଇଙ୍କ ସେହି ଲୋକପ୍ରିୟ ଡାଏଲଗ୍ ଯେଉଁଥିରେ ସେ କହନ୍ତି – Violence, Violence, Violence…I Don’t Like It. I Avoid! But… Violence Likes Me, I Can’t Avoid! (ହିଂସା, ହିଂସା, ହିଂସା … ମୁଁ ଏହାକୁ ପସନ୍ଦ କରେନି | ମୁଁ ଏହାକୁ ଏଡ଼େଇ ଦିଏ ! କିନ୍ତୁ … ହିଂସା ମୋତେ ପସନ୍ଦ କରେ, ମୁଁ ଏଡାଇ ପାରିବି ନାହିଁ! )

ଫ୍ୟାନ୍ ଜଣକ ତାଙ୍କ ବିବାହ କାର୍ଡରେ ଏକ ନିଆରା ଢଙ୍ଗରେ ଫିଲ୍ମର ଏହି ସଂଳାପକୁ ଛାପିଛନ୍ତି | ଏହି କାର୍ଡରେ ବିବାହ ସମ୍ପର୍କିତ ସବୁ ସୂଚନା ଉଲ୍ଲେଖ ଅଛି | କିନ୍ତୁ ଯେତେବେଳେ ଆପଣ କାର୍ଡର ତଳ ଭାଗକୁ ଦେଖିବେ, କେଜିଜଫ୍-୨ର ଉକ୍ତ ଡାଏଲଗ୍ ଏହିଭଳି ଲେଖାଯାଇଛି – Marriage… Marriage…Marriage. I dont Like it, I avoid, but my relatives like Marriage i can’t avoid.’ .. ଅର୍ଥ- ବିବାହ… ବିବାହ… ବିବାହ | ମୁଁ ଏହାକୁ ପସନ୍ଦ କରେ ନାହିଁ, ମୁଁ ଏହାକୁ ଏଡାଇଥାଏ, କିନ୍ତୁ ମୋର ସମ୍ପର୍କୀୟମାନେ ବିବାହକୁ ପସନ୍ଦ କରନ୍ତି | ସେଥିପାଇଁ ମୁଁ ଏହାକୁ ଏଡ଼ାଇ ପାରିବି ନାହିଁ |

Comments are closed.