ପୁଣି ବିବାଦରେ ୟତି ନରସିଂହାନନ୍ଦ, ‘ହର ଘର ତ୍ରିରଙ୍ଗା’ ଅଭିଯାନ ବର୍ଜନ କରିବାକୁ ହିନ୍ଦୁଙ୍କୁ କଲେ ଆହ୍ବାନ

ନୂଆଦିଲ୍ଲୀ:ଗାଜିଆବାଦ ସ୍ଥିତ ଦାସନା ଦେବୀ ମନ୍ଦିରର ପୀଠେଶ୍ୱର ତଥା ଜୁନା ଆଖଡାର ମହାମଣ୍ଡଳେଶ୍ବର ୟତି ନରସିଂହାନନ୍ଦ ଗିରି ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ନରସିଂହାନନ୍ଦ ବିରୋଧ କରିଛନ୍ତି। ସେ ଏହି ଅଭିଯାନକୁ ବର୍ଜନ କରିବାକୁ ହିନ୍ଦୁମାନଙ୍କୁ ଆହ୍ବାନ କରିଛନ୍ତି।

ଗିରି କହିଛନ୍ତି, ‘ଏହି ଦେଶରେ ତ୍ରିରଙ୍ଗା ନାମରେ ଏକ ବଡ଼ ଅଭିଯାନ ଚାଲିଛି। ଏହି ଅଭିଯାନ ଭାରତର ଶାସକ ଦଳ ଦ୍ୱାରା ପରିଚାଳିତ ହେଉଛି। ତ୍ରିରଙ୍ଗା ତିଆରି ପାଇଁ ସବୁଠାରୁ ବଡ଼ ଅର୍ଡର ପଶ୍ଚିମବଙ୍ଗର ଏକ କମ୍ପାନୀକୁ ଦିଆଯାଇଛି ଯାହାର ମାଲିକ ହେଉଛନ୍ତି ସଲାଉଦ୍ଦିନ ନାମକ ଜଣେ ମୁସଲମାନ। ସେ କହିଛନ୍ତି ଯେ ଦୁନିଆର ସବୁଠୁ ବଡ଼ କପଟୀ ହେଉଛନ୍ତି ହିନ୍ଦୁ। ହିନ୍ଦୁମାନଙ୍କର ଦଲାଲମାନେ ମୁସଲମାନମାନଙ୍କର ଅର୍ଥନୈତିକ ବର୍ଜନ ବିଷୟରେ କୁହନ୍ତି । ସେମାନେ ଚିତ୍କାର କରନ୍ତି ଯେ ହିନ୍ଦୁମାନେ ମୁସଲମାନମାନଙ୍କୁ ଆର୍ଥିକ ଦୃଷ୍ଟିରୁ ବର୍ଜନ କରନ୍ତୁ । କିନ୍ତୁ ସରକାର ଗଠନ କରିବା ପରେ ସେମାନେ ମୁସଲମାନମାନଙ୍କୁ ମଧ୍ୟ ସରକାରୀ ଚୁକ୍ତି ଦିଅନ୍ତି |

ୟେତି ନରସିଂହାନନ୍ଦ ଗିରି କହିଛନ୍ତି, ‘ଏହି (ହର‌ ଘର ତ୍ରିରଙ୍ଗା) ଅଭିଯାନ ହିନ୍ଦୁମାନଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର।
ଯଦି ହିନ୍ଦୁ ଏହି ଦେଶରେ ବଞ୍ଚିବାକୁ ଚାହାଁନ୍ତି ତେବେ ମୁସଲମାନମାନଙ୍କୁ ଟଙ୍କା ଦେଉଥିବା ଏହି ଅଭିଯାନକୁ ବର୍ଜନ କରନ୍ତୁ। ଯଦି ଘରେ ତ୍ରିରଙ୍ଗା ଲଗାଇବାକୁ ଚାହୁଁଛ, ତେବେ ପୁରୁଣା ତ୍ରିରଙ୍ଗା ଲଗାଅ, କିନ୍ତୁ ଏହିପରି ସଲାଉଦ୍ଦିନ ମାନଙ୍କୁ ଗୋଟିଏ ବି ପଇସା ଦିଅ ନାହିଁ। ‘

ନେତାମାନଙ୍କୁ ଏକ ଶିକ୍ଷା ଦେବା ପାଇଁ ଲୋକଙ୍କୁ ଆହ୍ବାନ କହିଛନ୍ତି। ସେ କହିଛନ୍ତି, ‘ଯେତେବେଳେ କୌଣସି ହିନ୍ଦୁର ଟଙ୍କା କୌଣସି ମୁସଲମାନ ପାଖକୁ ଯାଏ, ସେ ଏହାକୁ ଜିହାଦ ପାଇଁ ଦେଇଥାଏ ଏବଂ ହିନ୍ଦୁ ଏବଂ ହିନ୍ଦୁମାନଙ୍କର ପିଲାମାନଙ୍କୁ ହତ୍ୟା କରିବା ପାଇଁ ଏହି ଟଙ୍କା ବ୍ୟବହାର କରାଯାଇଥାଏ। ତ୍ରିରଙ୍ଗାର ବର୍ଜନ କରନ୍ତୁ, କାରଣ ଏହି ତ୍ରିରଙ୍ଗା ଆପଣଙ୍କୁ ନଷ୍ଟ କରିଦେଇଛି | ପ୍ରତ୍ୟେକ ହିନ୍ଦୁ ଘରେ ସର୍ବଦା ଏକ ଗୈରିକ ପତାକା ରହିବା ଉଚିତ୍ |

ନିଜ ମନ୍ତବ୍ୟ ପାଇଁ କ୍ରମାଗତ ବିବାଦରେ ରହୁଥିବା ୟେତି ନରସିଂହାନନ୍ଦ ଗିରିଙ୍କ ଏହି ସଦ୍ୟତମ ଭିଡିଓ ଦାସନା ଦେବୀ ମନ୍ଦିରର ଏକ କାର୍ଯ୍ୟକ୍ରମ ବୋଲି କୁହାଯାଉଛି। ସୂଚନାନୁସାରେ, ଏହି ଭିଡିଓଟି ପ୍ରାୟ ୧୫ ଦିନ ପୁରୁଣା ଏବଂ ଏହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ନରସିଂହାନନ୍ଦ ଗିରିଙ୍କ ଅଡୁଆ ବଢ଼ିପାରେ।

Comments are closed.