ଓମିକ୍ରନ୍ ଆତଙ୍କ: ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି, ସିନେମା ହଲ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ; ୫୦ ପ୍ରତିଶତ କ୍ଷମତା ସହ ଚାଲିବ ଅଫିସ

ନୂଆଦିଲ୍ଲୀ: ଦିଲ୍ଲୀରେ ଓମିକ୍ରନ୍ ମାମଲା ବଢିବା ସହ ପୁଣି ଥରେ କଟକଣା ଫେରିଛି। କରୋନା ସଙ୍କଟ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଏକ ବୈଠକ କରି ୟେଲୋ ଆଲର୍ଟ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ଗ୍ରେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ ଅନ୍ତର୍ଗତ ଦିଲ୍ଲୀରେ ଲେଭଲ୍ -୧ ଆଲର୍ଟ ତଥା ୟେଲୋ ଆଲର୍ଟ ଜାରି କରାଯାଇଛି | ଖୁବ୍ ଶୀଘ୍ର ଏ ବାବଦରେ ଏକ ବିସ୍ତୃତ ଗାଇଡ ଲାଇନ୍ ଜାରି କରାଯିବ ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସ୍ଥିର ହୋଇଥିବା ନିୟମ ଅନୁଯାୟୀ ୟେଲୋ, ଆମ୍ବର, ଅରେଞ୍ଜ ଏବଂ ରେଡ୍ ଆଲର୍ଟର ବ୍ୟବସ୍ଥା ଅଛି |

ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇସାରିଛି। ରାତି ୧୧ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଏହି ନାଇଟ୍ କର୍ଫୁ ଲାଗୁ କରାଯାଇଛି | ଏହା ବ୍ୟତୀତ ବିଦ୍ୟାଳୟ, କଲେଜ, କୋଚିଂ ପ୍ରତିଷ୍ଠାନ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ୟେଲୋ ଆଲର୍ଟ ଅଧୀନରେ ବନ୍ଦ ରହିବ | ଏହାଛଡ଼ା ଦୋକାନ ଏବଂ ମଲ୍ ସକାଳ ୧୦ ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କେବଳ ଏତିକି ନୁହେଁ, ଘରୋଇ କାର୍ଯ୍ୟାଳୟର ସମୟ ମଧ୍ୟ ୯ ରୁ ୫ ଟା ପର୍ଯ୍ୟନ୍ତ କରାଯିବା ସହ ୫୦ ପ୍ରତିଶତ କ୍ଷମତା ସହ ଚାଲିବ ।

ୟେଲୋ ଆଲର୍ଟ ଅଧୀନରେ, ମୋଟ କ୍ଷମତାର ମାତ୍ର ୫୦ ପ୍ରତିଶତ ରେଷ୍ଟୁରାଣ୍ଟରେ ବସିବାକୁ ଅନୁମତି ଦିଆଯିବ | ତେବେ ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Comments are closed.