ବ୍ରହ୍ମପୁର ଷ୍ଟେସନ୍ ଛାତ ଉପରେ ଚଢ଼ି ଗଲେ ଯୁବକ, ୪ ଘଣ୍ଟା ପରେ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନରେ ଗୁରୁବାର ସନ୍ଧ୍ୟାରେ ଅଭାବନୀୟ ଘଟଣା ଘଟିଛି। ମାନସିକ ବିକୃତ ମନେ ହେଉଥିବା ଜଣେ ଯୁବକ ସନ୍ଧ୍ୟା ପ୍ରାୟ ୭ଟା ବେଳେ କୋୖଣସି ମତେ ୪ ନଂ ପ୍ଲାଟଫାର୍ମର ଲିଫ୍ଟ ଉପରେ ଥିବା ଟିଣ ଛାତ ଉପରେ ଚଢ଼ି ଯାଇଥିଲେ। ଛାତ ଉପରେ ଏପଟରୁ ସେପଟକୁ ବିପଦଜନକ ଭାବେ ବୁଲୁଥିଲେ। ସେ ଠିଆ ହୋଇଥିବା ସ୍ଥାନ ନିକଟରେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ତାର ଲମ୍ବିଥିବାରୁ ଲୋକେ ବିପଦ ଆଶଙ୍କା କରି ଷ୍ଟେସନ୍ କର୍ତ୍ତୃପକ୍ଷ, ଜିଆରପି, ଆରପିଏଫ୍, ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସେମାନେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ବହୁ ବୁଝାସୁଝା କରି ପ୍ରାୟ ୪ ଘଣ୍ଟା ପରେ ଉକ୍ତ ଛାତରୁ ଉଦ୍ଧାର କରି ତଳକୁ ଆଣିଥିଲେ। ଯୁବକଙ୍କ ପରିଚୟ ଜଣାପଡ଼ିନି।

Comments are closed.