ଦିଲ୍ଲୀ ମଦ ଦୁର୍ନୀତି: ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟି ସାଂସଦଙ୍କ ପୁଅ ଗିରଫ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟି ସାଂସଦ ମାଗୁଣ୍ଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁଅ ବୋଲି କୁହାଯାଉଥିବା ମାଗୁଣ୍ଟା ରାଘବ ରେଡ୍ଡୀଙ୍କୁ ଗିରଫ କରିଛି। ସୂଚନାନୁସାରେ, ଗିରଫ ଅଭିଯୁକ୍ତ ହେଉଛନ୍ତି ରାଘବ ବାଲାଜୀ ଗ୍ରୁପ୍ ନାମକ ଏକ କମ୍ପାନୀର ମାଲିକ ଏବଂ ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟି ସାଂସଦଙ୍କ ପୁଅ। ଗତ ଏକ ସପ୍ତାହ ମଧ୍ୟରେ ଏହି ମାମଲାରେ ଏହା ହେଉଛି ତୃତୀୟ ଗିରଫ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କ ସହ କାମ କରିଥିବା ଜଣେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟଙ୍କୁ ମଧ୍ୟ ଗିରଫ କରିଥିଲା ।

Comments are closed.