ଗିରଫ ହେଲେ ଯୁବରାଜ ସିଂ

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂ ଗିରଫ ହୋଇଛନ୍ତି । ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ପାଇଁ ଯୁବରାଜଙ୍କୁ ହରିୟାଣା ପୋଲିସ୍ ଗିରଫ କରିଛି । ଏନେଇ ତାଙ୍କ ବିରୋଧରେ ହରିୟାଣାର ହିସାରର ହାଂସି ନଗରରେ ଅନୁସୂଚିତ ଜାତି ଆଇନ ଅଧୀନରେ ଏକ ମାମଲା ରୁଜୁ ହୋଇଥିଲା । ଗତବର୍ଷ ସୋସିଆଲ ମିଡିଆରେ ଚହଲଙ୍କ ଜାତିକୁ ନେଇ ଯୁବରାଜ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଯୁବରାଜ ଆଜି ଚଣ୍ଡିଗଡ଼ରେ ପହଞ୍ଚିଥିଲେ । ଏହାପରେ ତାଙ୍କୁ ହିସାର ପୋଲିସ୍ ଗିରଫ କରିଥିଲା ।

ହାଂସୀ ପୁଲିସ୍ ଯୁବରାଜଙ୍କ ଗିରଫ କରିବା ପରେ ପଚରାଉଚରା କରିଥିଲା। ଏହା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଯୁବରାଜ ସିଂହଙ୍କୁ ଔପଚାରିକ ଜାମିନରେ ଛାଡ଼ି ଦିଆଯାଇଛି। ଏହି ମାମଲାରେ କିଛି ଦିନ ତଳେ ହାଇକୋର୍ଟ ଯୁବରାଜ ସିଂହଙ୍କୁ ଆଗୁଆ ଜାମିନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ହାଂସୀ ପୁଲିସ୍ ତାଙ୍କୁ ଔପଚାରିକ ଭାବେ ଗିରଫ କରିଥିଲା। ପୁଲିସ୍ ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲା ଏବଂ ପରେ ଆଗୁଆ ଜାମିନର ଡକ୍ୟୁମେଣ୍ଟ ଆଧାରରେ ତାଙ୍କୁ ଛାଡ଼ି ଦେଇଛି।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଯୁବରାଜ ଏହି ତଦନ୍ତରେ ସାମିଲ୍ ହେବା ପରେ ହିସାର ପହଞ୍ଚିଥିଲେ। ତାଙ୍କ ସହ ସୁରକ୍ଷାକର୍ମୀଙ୍କ ସମେତ ପାଞ୍ଚଜଣ ଷ୍ଟାଫ୍ ଏବଂ ଓକିଲ ମଧ୍ୟ ଚଣ୍ଡିଗଡ଼ରୁ ହିସାର ଯାଇଥିଲେ। କିଛି ଘଣ୍ଟା କାର୍ଯ୍ୟାନୁଷ୍ଠାନ ଓ ପଚରାଉଚରା ପରେ ସେ ପୁଣିଥରେ ଚଣ୍ଡିଗଡ଼ ଅଭିମୁଖେ ବାହାରି ଯାଇଥିଲେ।
ସୂଚନାଯୋଗ୍ୟ, ସୋଶାଲ ଆକ୍ଟିଭିଷ୍ଟ ରଜତ କଲସନ୍ ପୁଲିସରେ ଅଭିଯୋଗ କରିଥିଲେ, ଯେଉଁ ଆଧାରରେ ଯୁବରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯୁବରାଜଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା ଯେ ସେ ଅନୁସୂଚିତ ଜାତି ସମାଜ ବିରୋଧରେ ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିଥିଲେ। ତାଙ୍କ ବିରୋଧରେ ଦଳିତ ଅଧିକାର କାର୍ଯ୍ୟକର୍ତ୍ତା ରଜତ କଲସନ ହାଂସୀ ଥାନାରେ ମାମଲା ଦାୟର କରିଥିଲା। ଏହି ମାମଲାକୁ ଖାରଜ କରିବା ପାଇଁ ଯୁବରାଜ ସିଂହ ହାଇକୋର୍ଟରେ ଆବେଦନ କରିଥିଲେ। ଯେଉଁ ଆଧାରରେ ହାଇକୋର୍ଟ ଯୁବରାଜଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଥିଲେ।

Comments are closed.