ଲୋକସଭା ନିର୍ବାଚନ ଲଢ଼ିବା ଖବରକୁ ଯୁବରାଜ ସିଂହଙ୍କ ଖଣ୍ଡନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବିଜେପି ଟିକେଟରେ ପଞ୍ଜାବର ଗୁରୁଦାସପୁର ଆସନରୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏଭଳି ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଛନ୍ତି ଯୁବରାଜ। ନିର୍ବାଚନ ଲଢ଼ିବା ଖବରକୁ ଯୁବରାଜ ଅସ୍ବୀକାର କରିଛନ୍ତି ।

ଯୁବରାଜ ‘ଏକ୍ସ’ରେ କହିଛନ୍ତି, ଗଣମାଧ୍ୟମରେ ମୋର ନିର୍ବାଚନ ଲଢ଼ିବା ସମ୍ପର୍କିତ ଖବର ରହିଛି। କିନ୍ତୁ ମୁଁ ଗୁରୁଦାସପୁରରୁ ନିର୍ବାଚନ ଲଢ଼ୁନାହିଁ। ମୁଁ ବିଭିନ୍ନ ସ୍ତରର ଲୋକଙ୍କୁ ସମର୍ଥନ ଏବଂ ସାହାଯ୍ୟ କରିବାକୁ ପସନ୍ଦ କରେ | ମୁଁ ମୋର ଫାଉଣ୍ଡେସନ୍ @YOUWECAN ମାଧ୍ୟମରେ ଏହି କାମ ଜାରି ରଖିବି । ଆସନ୍ତୁ ଆମ ସାମର୍ଥ୍ୟ ଜରିଆରେ ପରିବର୍ତ୍ତନ ପାଇଁ ଉଦ୍ୟମ ଜାରି ରଖିବା ।”

ଯୁବରାଜ ସିଂହ ବିଜେପି ଟିକେଟରେ ଗୁରୁଦାସପୁରରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା । ବଲିଉଡ୍ ଅଭିନେତା ସନ୍ନି ଦେଓଲ ସମ୍ପ୍ରତି ଏଠାରୁ ବିଜେପି ସାଂସଦ ଅଛନ୍ତି ।

ନିକଟରେ ଯୁବରାଜ ସିଂହଙ୍କ ମା ଶବନମ ସିଂହ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ ଭେଟିଥିଲେ । ଏହା ପରେ ଯୁବରାଜ ସିଂହ ଗୁରୁଦାସପୁରରୁ ବିଜେପି ଟିକେଟ୍ ପାଇବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଥିଲା ।

Comments are closed.