ଦଳିତ ବିରୋଧୀ ବିଜ୍ଞାପନ ନେଇ ଜୋମାଟୋକୁ ନୋଟିସ୍

ନୂଆଦିଲ୍ଲୀ: ଏହାର ଏକ ବିଜ୍ଞାପନକୁ ନେଇ ବିବାଦରେ ଛନ୍ଦି ହୋଇପଡ଼ିଛି ଜୋମାଟୋ । ଏନେଇ ଜାତୀୟ ଏସସି କମିଶନ ଜୋମାଟୋର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲଙ୍କୁ ନୋଟିସ ଜାରି କରିଛନ୍ତି। ଏକ ଜାତିଭିତ୍ତିକ ବିଜ୍ଞାପନ ଜୋମାଟୋ ଦଳିତ ସମ୍ପ୍ରଦାୟକୁ ବଦନାମ କରିଥିବା ଅଭିଯୋଗ ହୋଇଛି । ଯଦି ଜୋମାଟୋ ନୋଟିସର ଜବାବ ଦେବାରେ ବିଫଳ ହୁଏ, ତେବେ କମ୍ପାନୀକୁ ସମନ ଜାରି କରାଯିବ ।

ଜୁନ୍ ୮ରେ ବିଶ୍ୱ ପରିବେଶ ଦିବସ ଜୋମାଟୋ ତରଫରୁ ଜାରି ଏକ ବିଜ୍ଞାପନକୁ ନେଇ ବିବାଦ ଉଠିଥିଲା। ପରେ କମ୍ପାନୀ ସ୍ପଷ୍ଟୀକରଣ ଦେବା ସହ ଏହି ବିଜ୍ଞାପନକୁ ହଟାଇ ଦେଇଥିଲା । ଜୋମାଟୋ ତରଫରୁ କୁହାଯାଇଥିଲା, ବିଶ୍ବ ପରିବେଶ ଦିବସରେ ଆମ ଉଦ୍ଦେଶ୍ୟ ଥିଲା ବ୍ୟଙ୍ଗାତ୍ମକ ଢଙ୍ଗରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ରିସାଇକଲିଂ ଏବଂ ପୁନଃ ବ୍ୟବହାରର ଲାଭ ବିଷୟରେ ସଚେତନତା ସୃଷ୍ଟି କରିବା। ବିଜ୍ଞାପନ କିଛି ସମ୍ପ୍ରଦାୟ ଏବଂ ବ୍ୟକ୍ତିବିଶେଷଙ୍କ ଭାବନାକୁ ଆଘାତ ଦେଇଥିଲା । କିନ୍ତୁ ଆମର ଏଭଳି କୌଣସି ଉଦ୍ଦେଶ୍ୟ ନଥିଲା ।

ଜୋମାଟୋ ବିଶ୍ୱ ପରିବେଶ ଦିବସରେ ଚଳଚ୍ଚିତ୍ର ‘ଲଗାନ’ର ଏକ‌ ଚରିତ୍ର ‘କଚରା’କୁ ନେଇ ଏକ ବିଜ୍ଞାପନ ଦେଇଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

Comments are closed.