ବ୍ଲାକ୍ ଫଙ୍ଗସ ରୋଗ ପାଇଁ ରାଜ୍ୟ ସରକାର ଗଠନ କଲେ ବିଶେଷଜ୍ଞ କମିଟି

ଭୁବନେଶ୍ୱର- କୋଭିଡ ରୋଗୀ ଓ କୋଭିଡରୁ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ଦେଖାଦେଉଥିବା ବ୍ଲାକ ଫଙ୍ଗସ୍ ରୋଗର ତଦାରଖ ଓ ଏହାର ଚିହ୍ନଟ ପାଇଁ ରାଜ୍ୟ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ୭ ଜଣିଆ କମିଟି ବ୍ଲାକ ଫଙ୍ଗସ୍ ରୋଗର ଚିହ୍ନଟ ଓ ଏହାର ମୁକାବିଲା ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବ । ପ୍ରତ୍ୟେକ ସରକାରୀ ମେଡିକାଲ କଲେଜରେ ବ୍ଲାକ ଫଙ୍ଗସ୍ ରୋଗର ଚିକିତ୍ସା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବା ସହ ସବୁ ଘରୋଇ ଓ ସରକାରୀ ହସପିଟାଲ୍ ନିୟମିତ ଭାବେ ଏହି ବ୍ଲାକ ଫଙ୍ଗସ୍ ରୋଗୀଙ୍କ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସଂପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟକୁ ତଥ୍ୟ ପ୍ରଦାନ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏସସିବି ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ନିରୁପମା ଚଇନି କମିଟିର ଅଧ୍ୟକ୍ଷ ଅଛନ୍ତି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କମିଟିର ଆବାହକ ଅଛନ୍ତି ।

Comments are closed.