ଆସନ୍ତା ୨୭ରୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର, ଜାନୁଆରୀ ୬ରୁ ସର୍ବସାଧାରଣ ଦର୍ଶନ

ଭୁବନେଶ୍ୱର – ଏହି ମାସ ୨୭ ତାରିଖରୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । ୨୭ରୁ ୩୧ ତାରିଖ ଯାଏଁ କେବଳ ସେବାୟତ ଓ ତାଙ୍କ ପରିବାର ପ୍ରଭୁଙ୍କ ଦର୍ଶନ କରିବେ । ଜାନୁଆରୀ ୧ ଓ ୨ ତାରିଖରେ ମନ୍ଦିର ବନ୍ଦ ରହିବ । ଭକ୍ତମାନେ ଜାନୁଆରୀ ୩ରୁ ୫ ତାରିଖ ଯାଏଁ ଭୁବନେଶ୍ୱର ବାସିନ୍ଦାଙ୍କ ଦର୍ଶନ କରିପାରିବେ । ଜାନୁଆରୀ ୬ରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲିବ ।

Comments are closed.