କରୋନାରେ ଚାଲିଗଲେ ସଂଗୀତକାର ନଦୀମ-ଶ୍ରବଣ ଯୋଡ଼ିର ଶ୍ରବଣ, ସଂଗୀତ ଜଗତରେ ଶୋକର ଛାୟା

ମୁମ୍ବାଇ – ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ନଦୀମ-ଶ୍ରବଣ ଯୋଡିର ଶ୍ରବଣ ରାଠୋର୍ ଆଉ ନାହାନ୍ତି । ଗୁରୁବାର ବିଳମ୍ବିତ ରାତିରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । ଶ୍ରବଣ କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚାରି ଦିନ ତଳେ ମହୀମ୍ ସ୍ଥିତ ରାହେଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଶ୍ରବଣଙ୍କ ବଡ଼ପୁଅ ସଞ୍ଜୀବ ଏବଂ ପତ୍ନୀ ମଧ୍ୟ କରୋନା ସଂକମ୍ରିତ ହୋଇ ଚିକିତ୍ସିତ ହେଉଥିବାରୁ ଶ୍ରବଣଙ୍କ ଅନ୍ତିମ ସଂସ୍କାର ତାଙ୍କ ସାନପୁଅ ଦର୍ଶନ କରିବେ ବୋଲି ନିକଟତମ ସୂତ୍ରରୁ ଜଣାପଡିଛି ।

ଶ୍ରବଣଙ୍କ ପରଲୋକରେ ଭାରତୀୟ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ଶ୍ରବଣଙ୍କ ଦେହାନ୍ତରେ ଭାଙ୍ଗି ପଡିଛନ୍ତି ତାଙ୍କ ସାଥୀ ସଂଗୀତ ନିର୍ଦ୍ଦେଶକ ନଦୀମ ସୈଫି । ଏହା ତାଙ୍କ ପାଇଁ ଏକ ବ୍ୟକ୍ତିଗତ ବିପର୍ଯ୍ୟୟ ଏବଂ ସଂଗୀତ ଜଗତ ପାଇଁ ଏକ ଦୁଃଖଦାୟକ ଦିନ ବୋଲି ନଦୀମ କହିଛନ୍ତି ।

ନବେ ଦଶକରେ ନଦୀମ ଓ ଶ୍ରବଣଙ୍କ ଯୋଡ଼ିର ଦବ୍‌ଦବା ରହିଥିଲା । ଏହି ଯୋଡ଼ି ‘ଆଶିକୀ’, ‘ଦିଲ୍ ହୈ କି ମାନ୍‌ତା ନହିଁ’, ‘ରଙ୍ଗ୍‌’, ‘ସାଜନ୍‌’, ‘ସଡ଼କ’, ‘ପରଦେଶ’ ଭଳି ଅନେକ ସୁପରହିଟ୍ ଫିଲ୍ମ ପାଇଁ ଶ୍ରୁତିମଧରୁ ଓ ଲୋକପ୍ରିୟ ଗୀତ ସୃଷ୍ଟି କରିଥିଲେ ।

ଶ୍ରବଣଙ୍କ ଭାଇ ରୂପକୁମାର ରାଠୋର ଓ ବିନୋଦ ରାଠୋର ମଧ୍ୟ ବଲିଉଡ୍‌ର ଜଣାଶୁଣା କଣ୍ଠଶିଳ୍ପୀ

Comments are closed.