କରୋନାର ଭୟାନକ ସ୍ଥିତି: ୨୪ ଘଣ୍ଟାରେ ପ୍ରାୟ ୩ ଲକ୍ଷ ମାମଲା, ପ୍ରଥମ ଥର ୨୦୦୦ରୁ ଊର୍ଦ୍ଧ୍ୱ ମୃତ

ନୂଆଦିଲ୍ଲୀ – କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବାର ଦିନକ ପରେ ଭାରତରେ ଉଭୟ ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ରେକର୍ଡ ବୃଦ୍ଧି ଘଟିଛି । ଦେଶରେ ଗତ ୨୪ ଘଣ୍ଟାରେ ପ୍ରାୟ ୩ ଲକ୍ଷ ମାମଲା ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ, ଦେଶରେ ଦିନକରେ ୨୯୪.୧୧୫ ଲକ୍ଷ ମାମଲା ଚିହ୍ନଟ ହୋଇଛି, ଯାହା କି ସର୍ବକାଳୀନ ରେକର୍ଡ । ଅନ୍ୟପଟେ ପ୍ରଥମ ଥର ୨୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ମହାମାରୀରେ ଦେଶରେ ପ୍ରଥମ ଥର ମୃତ୍ୟୁ ସଂଖ୍ୟା ୨୦୦୭ ଜଣଙ୍କ ମୃତ୍ୟୁ ହୋଇଛି ।

ଦେଶରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷ ୮ ହଜାର ୪୨୩କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ କୋଟି ୩୨ ଲକ୍ଷ ୬୯ ହଜାରରୁ ଊର୍ଦ୍ଧ୍ୱ ଲୋକ ସୁସ୍ଥ ହୋଇଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା ଦୁଇ ଲକ୍ଷ ଆଡକୁ ଗତି କରୁଛି । ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୨ ହଜାର ୫୭୦କୁ ବୃଦ୍ଧି ପାଇଛି । ସକ୍ରିୟ ମାମଲା ୨୦ ଲକ୍ଷ ଟପିଛି । ସଦ୍ୟତମ ତଥ୍ୟ ଅନୁଯାୟୀ ଦେଶରେ ସମ୍ପ୍ରତି ୨୧ ଲକ୍ଷ ୫୦ ହଜାର ୧୧୯ ସକ୍ରିୟ ରୋଗୀ ଅଛନ୍ତି ।

Comments are closed.