କରୋନା ସଙ୍କଟ: ଭାରତରେ ଆଉ ୩.୬୮ ଲକ୍ଷ ଆକ୍ରାନ୍ତ ଚିହ୍ନଟ, ୩୪୧୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ବେଗ ଥମିବାର ନାଁ ନେଉ ନାହିଁ । ଗତ ୨୪ ଘଣ୍ଟାରେ ପୁଣି ସାଢ଼େ ତିନି ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ଚିହ୍ନଟ ହୋଇଛି । ଦେଶରେ ଆଉ ୩ ଲକ୍ଷ ୬୮ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ରୋଗରେ ପୁଣି ୩୪୧୭ ଜଣଙ୍କ ମୃତ୍ୟୁ ହୋଇଛି । ୩ ଲକ୍ଷ ୭୩୨ ଲୋକ ଏହି ରୋଗରୁ ସୁସ୍ଥ ହୋଇଛନ୍ତି ।

ଭାରତରେ ଏବେ ମୋଟ କରୋନା ମାମଲା ୧ କୋଟି ୯୯ ଲକ୍ଷ ୨୫ ହଜାର ୬୦୪କୁ ବୃଦ୍ଧି ପାଇଛି । ଏହି ମାରାତ୍ମକ ଭୂତାଣୁ ଏଯାବତ ୨ ଲକ୍ଷ ୧୮ ହଜାର ୯୫୯ ଜଣଙ୍କ ଜୀବନ ନେଇଥିବା ବେଳେ ୧ କୋଟି ୬୨ ଲକ୍ଷ ୯୩ ହଜାର ସୁସ୍ଥ ହୋଇଛନ୍ତି । ଭାରତରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୪ ଲକ୍ଷ ଟପିଛି । ସଦ୍ୟତମ ତଥ୍ୟ ଅନୁସାରେ ଦେଶରେ ଏବେ ୩୪ ଲକ୍ଷ ୧୩ ହଜାର ୬୪୨ ସକ୍ରିୟ ରୋଗୀ ଅଛନ୍ତି ।

Comments are closed.