କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ଦୁଇ ଏସଓଜି କମାଣ୍ଡୋ ସହିଦ

ଭବାନୀପାଟଣା- କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ସଂଘର୍ଷରେ ଦୁଇ ଏସଓଜି କମାଣ୍ଡୋ ସହିଦ ହୋଇଛନ୍ତି । ସେମାନେ ହେଲେ ୨୮ ବର୍ଷିୟ ସୁଧୀର କୁମାର ଟୁଡୁ । ସେ ମୟୂରଭଂଜ ଜିଲ୍ଲାର ବାସିନ୍ଦା । ସହିଦ ହୋଇଥିବା ଆଉ ଜଣେ କମାଣ୍ଡୋ ହେଲେ ଦେବାଶିଷ ସେଠୀ । ସେ ଅନୁଗୁଳ ଜିଲ୍ଲା ବାସିନ୍ଦା । ୯ ତାରିଖ ରାତିରେ ସିପିଆଇ ମାଓବାଦୀ ସଂଗଠନର ସଦସ୍ୟ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସର୍ଚ୍ଚ ଅପରେସନରେ ୫ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା କଳାହାଣ୍ଡି ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.