କୃଷକ ଆନ୍ଦୋଳନ ନେଇ ବିଜେଡିର ସ୍ପଷ୍ଟୀକରଣ

ଭୁବନେଶ୍ୱର- କୃଷକ ଆନ୍ଦୋଳନ ନେଇ ସ୍ପଷ୍ଟୀକରଣ ରଖିଛି ବିଜେଡି । କୃଷକମାନଙ୍କର ସମସ୍ୟାର ସମାଧାନ ଗୁରୁତ୍ୱପୂର୍ଣ୍ଣ ବୋଲି ଦଳ କହିଛି । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ବୋଲି ଦଳ ଆଶା ପ୍ରକାଶ କରିଛି । ଡିସେମ୍ବର ୯ରେ ଚାଷୀ ଓ କେନ୍ଦ୍ର ମଧ୍ୟରେ ଆଉ ଏକ ପର୍ଯ୍ୟାୟ ଆଲୋଚନା ହେବ । ସ୍ୱାମୀନାଥନ କମିଟିର ପ୍ରସ୍ତାବ ଅନୁସାରେ ସର୍ବନିମ୍ନ ସହାୟକ ମୂଲ୍ୟ ୨ ଗୁଣ କରିବାକୁ ବିଜେଡି ଦାବି କରିଆସୁଛି ବୋଲି ବିଜେଡିର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି । ଦଳ ସବୁବେଳେ କୃଷକଙ୍କ ସ୍ୱାର୍ଥରକ୍ଷାକୁ ସମର୍ଥନ କରିଆସିଛି ବୋଲି ଜାରି ବିବୃତିରେ କୁହାଯାଇଛି ।

Comments are closed.