କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୩ ରୋଗୀ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲ୍ଲାର ବିରାରସ୍ଥିତ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ବିରାର ପଶ୍ଚିମସ୍ଥିତ ବିଜୟ ବଲ୍ଲଭ ହସ୍ପିଟାଲର ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବିରାର ମ୍ୟୁନିସିପାଲିଟି କର୍ପୋରେସନ ପକ୍ଷରୁ କୁହାଯାଇଛି ଯେ ଏହି ଦୁର୍ଘଟଣାରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ୧୭ କୋଭିଡ ରୋଗୀ ଏଠାରେ ଚିକିତ୍ସିତ ହେଉଥିଲେ। ଆହତ ରୋଗୀଙ୍କୁ ନିକଟସ୍ଥ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଚାରି ମହଲା ହସ୍ପିଟାଲର ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛି।
ଦୁଇ ଦିନ ପୂର୍ବେ ମହାରାଷ୍ଟ୍ରର ନାଶିକର ଏକ ହସ୍ପିଟାଲରେ ଅମ୍ଳଜାନ ଲିକ୍ ଘଟଣାରେ ୨୪ ରୋଗୀଙ୍କ ମୃତ୍ୟୁ ଘଟିଥିଲା। କେତେକ ଟେକ୍ନିକାଲ କାରଣରୁ ଅମ୍ଳଜାନ ଲିକେଜ ଘଟିଥିଲା ​​ଏବଂ ଭେଣ୍ଟିଲେଟରେ ରୋଗୀମାନଙ୍କୁ ଯୋଗାଣ ବନ୍ଦ ହେବା କାରଣରୁ ଅମ୍ଳଜାନ ଅଭାବରୁ ସେମାନଙ୍କ ମୃତ୍ୟୁ ହୋଇଥିଲା | ଏହି ଅଘଟଣ ବେଳେ ପ୍ରାୟ ୧୫୦ ରୋଗୀ ଉକ୍ତ ହସ୍ପିଟାଲରେ ଅମ୍ଳଜାନ ଶଯ୍ୟାରେ ଚିକିତ୍ସିତ ହେଉଥିଲେ ଏବଂ ଦୁଇ ଡଜନରୁ ଅଧିକ ରୋଗୀ ଭେଣ୍ଟିଲେଟର ବେଡରେ ଚିକିତ୍ସିତ ହେଉଥିଲେ।

Comments are closed.