ଗଡ୍‌ଚିରୋଲି: ପୋଲିସ ସହ ସଂଘର୍ଷରେ ପାଞ୍ଚ ନକ୍ସଲ ନିହତ

ନାଗପୁର – ମହାରାଷ୍ଟ୍ରର ମାଓ ପ୍ରଭାବିତ ଗଡ୍‌ଚିରୋଲି ଜିଲ୍ଲାରେ ସୋମବାର ପୋଲିସ୍ ସହ ଏନ୍‌କାଉଣ୍ଟରେ ପାଞ୍ଚ ନକ୍ସଲ ନିହତ ହୋଇଛନ୍ତି । ଏହି ସଂଘର୍ଷ ଗଡ୍‌ଚିରୋଲି ଜିଲ୍ଲାର ଖୋବ୍ରାମେଣ୍ଢା ଜଙ୍ଗଲରେ ହୋଇଥିଲା ।

ସୋମବାର ସକାଳେ ପୋଲିସ ତରଫରୁ ଖୋବ୍ରାମେଣ୍ଢା ଜଙ୍ଗଲରେ କୁମ୍ବିଂ ଅପରେସନ୍ ଚାଲିଥିବା ବେଳେ ନକ୍ସଲଙ୍କ ସହ ଗୁଳି ବିନିମୟ ହୋଇଥିଲା । ଏଥିରେ ତିନି ପୁରୁଷ ଓ ଦୁଇ ଜଣ ମହିଳା ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ନକ୍ସଲ ସେଠାରୁ ଖସି ପଳାଇବାରେ ସମର୍ଥ ହୋଇଥିଲେ । ପ୍ରାୟ ୨୫ ନକ୍ସଲ ଖୋବ୍ରାମେଣ୍ଢା ଜଙ୍ଗଲରେ ଥିଲେ ବୋଲି ଗଡ୍‌ଚିରୋଲି ରେଞ୍ଜ୍ ପୋଲିସ୍ ଡିଜିପି ସନ୍ଦିପ ପାଟିଲ କହିଛନ୍ତି । ଘଟଣାସ୍ଥଳରୁ ପୋଲିସ୍ ତିନୋଟି ପ୍ରେସର କୁକର ବୋମା ସହ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରିଛି ।

Comments are closed.