ଗଣତନ୍ତ୍ର ଦିବସ ପରେଡ୍‌ରେ ଭାଗନେବାକୁ ଆସିଥିବା ୧୫୦ ସୈନିକ କରୋନା ପଜିଟିଭ୍‌

ନୂଆଦିଲ୍ଲୀ – ଆଗାମୀ ଗତଣନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବାକୁ ଦିଲ୍ଲୀ ଆସିଥିବା ଭାରତୀୟ ସେନାର ୧୫୦ ସୈନିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ସୈନିକ ଲକ୍ଷଣ ବିହୀନ ବୋଲି ସେନା ତରଫରୁ କୁହାଯାଇଛି । ଆକ୍ରାନ୍ତ ସୈନିକ ମାନଙ୍କୁ ଦିଲ୍ଲୀ କେଣ୍ଟୋନମେଣ୍ଟରେ ଏକ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଗତତନ୍ତ୍ର ଦିବସ ପରେଡ୍ ଯେଭଳି ସୁରକ୍ଷିତ ଭାବେ ଅନୁଷ୍ଠିତ ହେବ ସେନେଇ ସବୁ ପ୍ରକାର ପଦପେକ୍ଷ ଗ୍ରହଣ କରାଯାଉଥିବା ଜଣେ ଅଧିକାରୀ କହିଛନ୍ତି । ଗଣତନ୍ତ୍ର ଦିବସ ଓ ସେନା ଦିବସ ପରେଡ୍‌ରେ ଭାଗ ନେବାକୁ ହଜାର ହଜାର ଯବାନ ଦିଲ୍ଲୀ ଆସନ୍ତି । କରୋନା ପ୍ରକୋପ ସତ୍ତ୍ୱେ ସବୁବର୍ଷ ଭଳି ଏଥର ମଧ୍ୟ ରାଜପଥରେ ପରେଡ ଆୟୋଜନ ପାଇଁ ଯୋଜନା କରାଯାଇଛି । ଏଥର ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ।

Comments are closed.