ଛତିଶଗଡ଼ରେ ନକ୍ସଲ- ସୁରକ୍ଷା ବାହିନୀ ସଂଘର୍ଷ, ପାଞ୍ଚ ଯବାନ ସହିଦ୍

ରାୟପୁର – ଛତିଶଗଡର ବିଜାପୁର ଜିଲ୍ଲାରେ ଶନିବାର ନକ୍ସଲମାନଙ୍କ ସହ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀର ପାଞ୍ଚ ଯବାନ ସହିଦ୍ ହୋଇଥିବା ବେଳେ ୧୦ ଆହତ ହୋଇଛନ୍ତି। ଛତିଶଗଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଏନକାଉଣ୍ଟରରେ ଅନେକ ନକ୍ସଲଙ୍କ ମଧ୍ୟ ମୃତ୍ୟୁ ଘଟିଛି। ସୂୂଚନା ଅନୁଯାୟୀ, ସିଆରପିଏଫର କୋବ୍ରା ୟୁନିଟ୍ , ଜିଲ୍ଲା ରିଜର୍ଭ ଗାର୍ଡ ଡିଆରଜି ଏବଂ ସ୍ପେଶାଲ ଟାସ୍କ ଫୋର୍ସ ଏସଟିଏଫ୍ ଟିମ୍ ମାଓବାଦୀଙ୍କ ବିରୋଧରେ ଅପରେସନ ଚଳାଇଥିବା ବେଳେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟର ବସ୍ତର ରେଞ୍ଜର ବିଜାପୁର ଜିଲ୍ଲାର ତାରେମ ଅଞ୍ଚଳରେ ଘଟିଛି।

ଆଣ୍ଟି-ନକ୍ସଲ ଅପରେସନର ଡିଜି ଅଶୋକ ଜୁନେଜା କହିଛନ୍ତି ଯେ ଏହି ଏନକାଉଣ୍ଟରରେ ଅନେକ ନକ୍ସଲ ମଧ୍ୟ ମୃତାହତ ହୋଇଛନ୍ତି। ଛତିଶଗଡ ପୋଲିସର ମହାନିର୍ଦ୍ଦେଶକ ଡିଏମ ଆୱସ୍ତି କହିଛନ୍ତି, ଏହି ଏନକାଉଣ୍ଟର ବିଜୁପୁର ସୀମା ନିକଟ ସୁକମା ଏବଂ ତାରେମ ଅଞ୍ଚଳରେ ହୋଇଥିଲା । ଏବେ ବି ସେଠାରେ ଏନକାଉଣ୍ଟର ଜାରି ରହିଛି।

Comments are closed.