ଡବ୍ଲୁଏଚ୍‌ଓ ଫାଉଣ୍ଡେସନର ପ୍ରଥମ ସିଇଓ ହେଲେ ଅନିଲ ସୋନି

ନ୍ୟୁୟର୍କ – ଭାରତୀୟ ବଂଶୋଦ୍ଭବ ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନିଲ ସୋନି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏକ ନୂଆ ସଂସ୍ଥା ‘ଡବ୍ଲ୍ୟୁଏଚ୍‌ଓ ଫାଉଣ୍ଡେସନ’ର ପ୍ରଥମ ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି । ଡବ୍ଲୁଏଚ୍‌ଓ ସହ ମିଶି ଡବ୍ଲୁଏଚ୍‌ଓ ଫାଉଣ୍ଡେସନ୍ ବିଶ୍ୱବ୍ୟାପି ସ୍ୱାସ୍ଥ୍ୟ ସମସ୍ୟା ନିରାକରଣ ଦିଗରେ କାର୍ଯ୍ୟ କରିବେ । ଡବ୍ଲୁଏଚ୍‌ଓର ପ୍ରଥମ ସିଇଓ ଭାବେ ସୋନି ଜାନୁୟାରୀ ୧ରୁ ଦାୟିତ୍ୱ ଗ୍ରହଣ କରିବେ । ମେ ୨୦୨୦ରେ ଗଠିତ ‘ଡବ୍ଲୁଏଚ୍‌ଓ ଫାଉଣ୍ଡେସନ୍‌’ର ସିଇଓ ଭାବେ ନିଯୁକ୍ତ ହେବା ପୂର୍ବରୁ ସୋନି ‘ଭାଏଟ୍ରିସ୍‌’ କମ୍ପାନୀର ସଂକ୍ରମଣ ରୋଗ ବିଭାଗର ମୁଖ୍ୟ ଥିଲେ । ଡବ୍ଲୁଏଚ୍‌ଓ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଧାନୋମ୍ ଘେବ୍ରେସିୟସଙ୍କ ସୁପାରିସ୍ କ୍ରମେ ସୋନିଙ୍କୁ ଡବ୍ଲୁଏଚ୍‌ଓ ଫାଉଣ୍ଡେସନର ସିଇଓ ଭାବେ ନିଯୁକ୍ତ କରାଯାଇଛି ।

Comments are closed.