ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ବିଜେଡିର ବିଜୟ ପାଇଁ ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ନବୀନ, ଦଳୀୟ କର୍ମୀଙ୍କୁ ସାଧୁବାଦ

ଭୁବନେଶ୍ୱର- ତିର୍ତୋଲ ଓ ବାଲେଶ୍ୱର ସଦର ଆସନର ବିଜେଡିକୁ ବିଜୟୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି । କୋଭିଡ ସଂକଟ ସମୟରେ ମତଦାନ କରି ଦଳକୁ ଆଶୀର୍ବାଦ କରିଥିବାରୁ ତିର୍ତୋଲ ଓ ବାଲେଶ୍ୱର ସଦରବାସୀ, ବିଶେଷ କରି ମହିଳାଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ବିଜେଡି ସୁପ୍ରିମୋ ।

ଏଥିସହ ଉପନିର୍ବାଚନରେ ବିଜୟ ହାସଲ କରିଥିବା ଦଳୀୟ ପ୍ରାର୍ଥୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । ଏହି ବିଜୟ ଲୋକଙ୍କ ଭଲ ପାଇବା ଓ ଅକୁଣ୍ଠ ସମର୍ଥନର ପ୍ରତିଫଳନ ବୋଲି ନବୀନ କହିଛନ୍ତି । ଲୋକଙ୍କ ପାଖରେ ପହଂଚି ସେମାନଙ୍କ ହୃଦୟ ଜିତିଥିବାରୁ ବିଜେଡିର ସବୁ କର୍ମୀଙ୍କୁ ସାଧୁବାଦ ଜଣାଇଛନ୍ତି ନବୀନ ।

Comments are closed.