ଦେଶବାସୀଙ୍କ ଯନ୍ତ୍ରଣା ଅନୁଭବ କରୁଛି: ମୋଦି

ନୂୂଆଦିଲ୍ଲୀ: ଦେଶରେ ଭୟାବହ କୋଭିଡ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ସେ ଦେଶବାସୀଙ୍କ ଯନ୍ତ୍ରଣା ଅନୁଭବ କରିପାରୁଛନ୍ତି। ଆମେ ଏକ ଅଦୃୃଶ୍ୟ ଶକ୍ତି ସହ ଲଢ଼ୁଛୁ । ୧୦୦ ବର୍ଷ ପରେ ଏଭଳି ଏକ ଭୟଙ୍କର ମହାମାରୀ ପ୍ରତି ପଦକ୍ଷେପରେ ବିଶ୍ୱର ଧୈର୍ଯ୍ୟ ପରୀକ୍ଷା କରୁଛି । କୋଭିଡ-୧୯ କୁ ‘ଅଦୃଶ୍ୟ ଶତ୍ରୁ’ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଆମେ ଅନେକ ପାଖ‌ଲୋକଙ୍କୁ ହରାଇଛୁ। ଆଜି କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଚାଷୀଙ୍କୁ ଅଷ୍ଟମ କିସ୍ତି ଅର୍ଥ ରାଶି ପ୍ରଦାନ କରିବା ଅବସରରେ ମୋଦି ଏହା କହିଛନ୍ତି ।

କୋଭିଡ ଟିକା ଯଥାଶୀଘ୍ର ନେବାକୁ ମଧ୍ୟ ପିଏମ ମୋଦି ଲୋକଙ୍କୁ ଅପିଲ କରିଛନ୍ତି। ସେ କହିଛନ୍ତି, “ସୁରକ୍ଷାର ଏକ ବଡ଼ ମାଧ୍ୟମ ହେଉଛି ଟିକା। ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି।” ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ପ୍ରାୟ ୧୮ କୋଟି ଟିକା ଡୋଜ ଦିଆଯାଇଛି’।

ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ “ଦେଶର ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣା ଟୀକାକରଣ କରାଯାଉଛି। ତେଣୁ ଯେତେବେଳେ ବି ଆପଣଙ୍କ ପାଳି ଆସିବ, ଟିକା ନିଶ୍ଚିତ କରନ୍ତୁ। ଏହି ଟିକା ଆମକୁ କରୋନା ଠାରୁ ସୁରକ୍ଷା ଦେବ, ଗୁରୁତର ରୋଗ ହେବାର ଆଶଙ୍କା କମାଇବ।”

ଅକ୍ସିଜେନ, ଆବଶ୍ୟକ ଔଷଧର ଅଭାବ ଦୂର କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ମୋଦି କହିଛନ୍ତି ।

Comments are closed.