ନାବାଳିକା ଗଣଦୁଷ୍କର୍ମ ମାମଲା : ଆସନ୍ତା ୧୪ ତାରିଖରେ ହାଜର ପାଇଁ ଓଟିଭି ଏମଡିଙ୍କୁ ରାଜ୍ୟ ଶିଶୁ ସୁୁରକ୍ଷା ଅଧିକାର ଆୟୋଗଙ୍କ ସମନ

ଭୁବନେଶ୍ୱର- ରାଜଧାନୀର ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲାରେ ହାଜର ହେବା ପାଇଁ ପୁଣି ଥରେ ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡାଙ୍କୁ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ ପକ୍ଷରୁ ସମନ ଜାରି କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ଜରିଆରେ ଓଟିଭି ଏମଡିଙ୍କୁ ସମନ ଜାରି କରିଛନ୍ତି କମିଶନ । ଭୁବନେଶ୍ୱରର ଇନଫୋସିଟିରେ ଘଟିଥିବା ଏହି ଦୁଷ୍କର୍ମ ଘଟଣାରେ ଓଟିଭିର କିଛି କର୍ମଚାରୀ ସାମିଲ ଥିବା ଅଭିଯୋଗ ହୋଇଛି । ଡିସେମ୍ବର ୧୪ରେ ହେବାକୁ ଥିବା ମାମଲାର ପରବର୍ତୀ ଶୁଣାଣିରେ ଜାଗିଙ୍କୁ ବ୍ୟକ୍ତିଗତ ଭାବେ କିମ୍ବା ଭର୍ଚୁଆଲ ଭାବେ ହାଜର ହେବା ପାଇଁ କୁହାଯାଇଛି ।

Comments are closed.