ନାସାର ଚନ୍ଦ୍ର ମିଶନ ପାଇଁ ଭାରତୀୟ ବଂଶୋଦ୍ଭବ ରାଜା ଚାରୀଙ୍କ ସମେତ ୧୮ ମନୋନୀତ

ୱାଶିଂଟନ – ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ମାନବଯୁକ୍ତ ଚନ୍ଦ୍ର ମିଶନ ପାଇଁ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ସମେତ ୧୮ ମହାକାଶଚାରୀଙ୍କୁ ମନୋନୀତ କରାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ମହାକାଶଚାରୀ ଅଛନ୍ତି । ଏହି ପ୍ରତୀକ୍ଷିତ ଚନ୍ଦ୍ର ମିଶନରେ ୪୩ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ରାଜା ଜନ୍ ଭୁରପତୁର ଚାରୀ ମଧ୍ୟ ମନୋନୀତ ହୋଇଛନ୍ତି । ରାଜା ସମ୍ମାନଜନକ ଏମ୍‌ଆଇଟି ଏୟାର ଫୋର୍ସ ଏକାଡେମୀ ଓ ୟୁଏସ୍ ନାଭାଲ ଟେଷ୍ଟ ପାଇଲଟ ସ୍କୁଲରୁ ଶିକ୍ଷାଲାଭ କରିଛନ୍ତି । ଆମେରିକାର ଚନ୍ଦ୍ର ମିଶନ ପାଇଁ ମନୋନୀତ ହୋଇଥିବା ମହାକାଶଚାରୀଙ୍କ ମଧ୍ୟରୁ ରାଜା ଏକମାତ୍ର ଭାରତୀୟ ଆମେରିକୀୟ । ରାଜା ୨୦୧୭ରେ ଟ୍ରେନିଂ ପାଇଁ ନାସାରେ ଯୋଗ ଦେଇଥିଲେ । ଆବଶ୍ୟକ ଟ୍ରେନିଂ ପରେ ତାଙ୍କୁ ଚନ୍ଦ୍ର ମିଶନ ପାଇଁ ମନୋନ୍ଥଚ୍ଛ କରାଯାଇଛି । ନାସା ୨୦୨୪ ସୁଦ୍ଧା ଚନ୍ଦ୍ର ମିଶନ ଅଭିଯାନ ଶେଷ କରିବା ଲକ୍ଷ୍ୟ ରଖିଛି ।

Comments are closed.