ନିଖୋଜ ବିରଜୁ କୁଲୁଙ୍କୁ ତାଳଚେରରୁ ଠାବ କଲା ପୋଲିସ

ତାଳଚେର- ସୁନ୍ଦରଗଡ ରାଜଗାଙ୍ଗପୁରରୁ ନିଖୋଜ ହୋଇଥିବା ବିରଜୁ କୁଲୁଙ୍କୁ ଠାବ କରାଯାଇଛି । ତାଳଚେରରୁ ବିରଜୁ କୁଲୁଙ୍କୁ ଠାବ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ ଏସପି । ଗତବର୍ଷ ନଭେମ୍ବରରେ ପାକିସ୍ତାନ ଜେଲରୁ ଫେରିଥିଲେ ବିରଜୁ କୁଲୁ । କୁତ୍ରା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ବିରଜୁଙ୍କୁ ଖୋଜିବାରେ ନିୟୋଜିତ ହୋଇଥିଲା । ତାଳଚେର ବସଷ୍ଟାଣ୍ଡ୍‌ରେ ସକାଳେ ବୁଲୁଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ସେ ସୁସ୍ଥ ଅଛନ୍ତି । ଏହି ମାସ ୨ ତାରିଖରେ ବିରଜୁ କୁଆଡେ ଚାଲିଯାଇଥିଲେ । ଦୀର୍ଘ ୨୦ ବର୍ଷ କାଳ ପାକିସ୍ତାନନରେ ବନ୍ଦୀ ଜୀବନ ବିତାଇଲା ପରେ ଗତବର୍ଷ ନଭେମ୍ବର ୧୩ ତାରିଖରେ ଜନ୍ମମାଟିକୁ ଫେରିଥିଲେ ବିରଜୁ ।

Comments are closed.