ନିର୍ବାଚନ ପାଇଁ କେନ୍ଦ୍ର ସରକାର ତେଲ ଦର ୧୭-୧୮ ପଇସା କମାଇ ଦେଇଛନ୍ତି: ରାହୁଲ

ନୂଆଦିଲ୍ଲୀ – ମୋଦି ସରକାରକୁ ପୁଣି ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଯେ, ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଦୃଷ୍ଟିରୁ ମୋଦି ସରକାର ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ମାତ୍ର ୧୭-୧୮ ପଇସା ହ୍ରାସ କରିଛନ୍ତି । ତେଲ ଉପରେ କେବଳ ଏତିକି ସଞ୍ଚୟରେ କଣ ହେବ ବୋଲି ଏହି କଂଗ୍ରେସ ନେତା ଟ୍ୱିଟ କରି ପ୍ରଶ୍ନ କରିଛନ୍ତି ।

କେନ୍ଦ୍ରର ଅର୍ଥନୈତିକ ନୀତିକୁ ରାହୁଲ କ୍ରମାଗତ ସମାଲୋଚନା କରି ଆସିଛନ୍ତି । ବିଜେପି ନେତୃତ୍ୱାଧିନ ଏନ୍‌ଡିଏ ସରକାରର ଭୁଲ ନୀତି ଯୋଗୁଁ ଦେଶରେ ବେକାରୀ ଓ ଦାରିଦ୍ର‌୍ୟ ବଢ଼ୁଛି ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀର ମୋଟ ୮୨୪ ଆସନ ପାଇଁ ବିଧାନସଭା ନିର୍ବାଚନ ମାଚ୍ଚ ୨୭ରୁ ଆରମ୍ଭ ହୋଇସାରିଛି । ଏପ୍ରିଲ ୨୯ରେ ଭୋଟ୍ ଶେଷ ହେବାକୁ ଥିବାବେଳେ ଗଣତି ମେ’ ୨ରେ ହେବ ।

Comments are closed.