ପୁରୀରେ ବଡଦାଣ୍ଡ ସେବା କାର୍ଯ୍ୟକ୍ରମ, ଯୋଗ ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ପୁରୀ- ପୁରୀରେ ଆଜି ଶନିବାର ଅବସରରେ ଆୟୋଜିତ ହୋଇଛି ବଡଦାଣ୍ଡ ସେବା । ସକାଳ ସାଢେ ୬ରୁ ସାଢେ ୮ଟା ଯାଏଁ ଦୁଇ ଘଂଟା ଧରି ବଡଦାଣ୍ଡ ସେବା କରାଯାଇଛି । ପୁରୀ ସହର ଓ ବଡଦାଣ୍ଡକୁ ସଫା ରଖିବା ପାଇଁ ସ୍ୱେଚ୍ଛାକୃତ ଭାବେ ଶ୍ରମଦାନ କରିବା ପାଇଁ ପୁରୀ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ଆହ୍ୱାନ ଦେଇଛି ପୁରୀ ପ୍ରଶାସନ । ଆଜି ବଡଦାଣ୍ଡ ସେବା କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଯୋଗ ଦେଇଥିଲେ ।

Comments are closed.