ଭାରତରେ ଆଉ ୩.୪୩ ଲକ୍ଷ ମାମଲା, ୪୦୦୦ ମୃତ

ନୂଆଦିଲ୍ଲୀ: ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣର ହ୍ରାସ ପାଇଛି କିନ୍ତୁ ବିପଦ ଟଳି ନାହିଁ । ମହାମାରୀ ଯୋଗୁଁ ପ୍ରତିଦିନ ପ୍ରାୟ ଚାରି ହଜାର ଲୋକଙ୍କ ମୃତ୍ୟୁ ହେଉଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୪୩,୧୪୪ କରୋନା ମାମଲା ରେକର୍ଡ଼ ହୋଇଛି ଏବଂ ୪୦୦୦ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ତେବେ ୩,୪୪,୭୭୬ ଲୋକ ମଧ୍ୟ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ବୁଧବାର ଦିନ ୩୬୨,୭୨୭ ଟି ନୂଆ ମାମଲା ଆସିଥିଲା।

ଦେଶର ଏବେ ମୋଟ କରୋନା ମାମଲା ୨ କୋଟି ୪୦ ଲକ୍ଷ ୪୬ ହଜାର ୮୦୯କୁ ବୃଦ୍ଧି ପାଇଛି ।

ଦେଶରେ ୨ କୋଟି ୭୯ ହଜାର ୫୯୯ ଲୋକ ସୁସ୍ଥ ହୋଇଥିବା ବେଳେ ମୋଟ ୨ ଲକ୍ଷ ୬୨ ହଜାର ୩୧୭ ଜଣଙ୍କ ମୃତ୍ୟୁ ହୋଇଛି । ଭାରତରେ ମୋଟ ସକ୍ରିୟ ମାମଲା ଏବେ ୩୭ ଲକ୍ଷ ୪ ହଜାର ୮୯୩ରେ ପହଞ୍ଚିଛି |

Comments are closed.