ଭୁବନେଶ୍ୱରରୁ ଧରାପଡିଲା ଅନ୍ତଃରାଜ୍ୟ ସାଇବର ଠକ

ଭୁବନେଶ୍ୱର- ଏକ ଅନ୍ତଃରାଜ୍ୟ ସାଇବର ଠକକୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ସ୍ୱତନ୍ତ୍ର ସ୍କ୍ୱାଡ୍ ହାତରେ ଧରାପଡିଛି ବେଙ୍ଗଳୁରୁର ସାଇବର ଠକ ବିଶାଲ ରାଜକୁମାର । ଭୁବନେଶ୍ୱରରେ ସୁନା କିଣି ଠକେଇ ଉଦ୍ୟମ କରୁଥିବା ବେଳେ ତାକୁ ଗିରଫ କରାଯାଇଛି । ୟୁପିଆଇ ମାଧ୍ୟମରେ ଟଙ୍କା ଦେବାକୁ କହି ଲୋକଙ୍କୁ ଠକୁଥିଲା ବିଶାଲ । ପୂର୍ବରୁ ବିଶାଲ ସମ୍ବଲପୁର, ରାଉରକେଲା, କେନ୍ଦୁଝରରେ ଠକେଇ କରିଥିଲା । ବିହାର ଓ ଛତିଶଗଡରେ ବହୁ ଠକେଇ ମାମଲାରେ ବିଶାଳ ସଂପୃକ୍ତ ରହିଛି ।

Comments are closed.