ମତଦାନର ୭୨ ଘଣ୍ଟା ପୂର୍ବରୁ ବାଇକ୍ ରାଲି ଉପରେ କଟକଣା ଲଗାଇଲେ ନିର୍ବାଚନ କମିଶନ

କୋଲକାତା – ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟରେ ମତଦାନର ୭୨ ଘଣ୍ଟା ପୂର୍ବରୁ ବାଇକ୍ ରାଲି ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ। ଭୋଟରଙ୍କୁ ଭୟଭୀତ କରିବା ପାଇଁ ଏଭଳି ରାଲି କରାଯାଉଥିବାରୁ ନିର୍ବାଚନ କମିଶନ ଏହି ନିଷେଧାଦେଶ ଜାରି କରିଛନ୍ତି ।
ନିର୍ବାଚନ କମିଶନଙ୍କ ଦ୍ବାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ମତଦାନ ଦିନ କିମ୍ବା ମତଦାନ ପୂର୍ବରୁ ଭୋଟରଙ୍କୁ ଭୟଭୀତ ଏବଂ ପ୍ରଭାବିତ କରିବା ପାଇଁ କେତେକ ସ୍ଥାନରେ ବାଇକ୍ ରାଲି କରାଯାଇଥାଏ । କମିଶନ ଉପରୋକ୍ତ ପ୍ରସଙ୍ଗ ଉପରେ ବିଚାର କରିି ନିଷ୍ପତ୍ତି ନେଇଛନ୍ତି ଯେ, ମତଦାନ ତାରିଖର ୭୨ ଘଣ୍ଟା ପୂର୍ବରୁ କିମ୍ବା ସମସ୍ତ ମତଦାନ ଅଞ୍ଚଳରେ ଭୋଟ ଗ୍ରହଣ ଦିିନ ବାଇକ୍ ରାଲିକୁ ସ୍ଥାନରେ ଅନୁମତି ଦିଆଯିବ ନାହିଁ ।

ଏହାକୁ କଡାକଡି ପାଳନ କରିବାକୁ ପ୍ରାର୍ଥୀ, ରାଜନୈତିକ ଦଳ ଏବଂ ନିର୍ବାଚନ କମିଶନଙ୍କ ପର୍ଯ୍ୟବେକ୍ଷକଙ୍କ ସମେତ ସମସ୍ତ ସମ୍ପୃକ୍ତ ହିତାଧିକାରୀଙ୍କୁ ସୂଚିତ କରାଯିବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି। ସୂଚନାଯୋଗ୍ୟ ଯେ ଚାରିଟି ରାଜ୍ୟ କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଆସାମ ବ୍ୟତୀତ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ମୋଟ ୮୨୪ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ।

Comments are closed.