ମାଘସପ୍ତମୀରେ ଚନ୍ଦ୍ରଭାଗାରେ ଏଥର ବୁଡ ଓ ସୂର୍ଯ୍ୟଦର୍ଶନ ମନା, ୧୪୪ ଧାରା ଜାରି ପାଇଁ ପ୍ରଶାସନର ଘୋଷଣା

ପୁରୀ – ପୁରୀ ଚନ୍ଦ୍ରଭାଗା ମାଘ ମେଳା ପଡିଆରେ ୧୪୪ ଧାରା ଜାରି କରାଯାଇଛି । କୋରୋନା ଦୃଷ୍ଟିରୁ ଜନସମାଗମ ରୋକିବାକୁ ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଫେବ୍ରୁଆରୀ ୧୮ ଦିନ ୧୧ଟାରୁ ୧୯ ତାରିଖ ଦିନ ୧ଟା ଯାଏଁ ୧୪୪ ଧାରା ବଳବତ୍ତର ରହିବ । ତିଳ ବା ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇବା ଓ ସୂର୍ଯ୍ୟ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ସର୍ବାଧିକ ୫ ଶହ ଲୋକଙ୍କ ଉପସ୍ଥିତିରେ କେବଳ ପୂଜା ବିଧି ସଂପନ୍ନ ହେବ ।

Comments are closed.