ମେ ଦ୍ୱିତୀୟ ସପ୍ତାହରେ ହ୍ରାସ ହୋଇପାରେ କୋରୋନା ସଂକ୍ରମଣ

ଭୁବନେଶ୍ୱର- କୋରୋନା ସ୍ଥିତି ନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ, ମେ ଦ୍ୱିତୀୟ ସପ୍ତାହରେ କୋଭିଡ ସଂକ୍ରମଣ ହ୍ରାସ ପାଇପାରେ । ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ସ୍ଥିତି ଭଲ ରହିଛି । ସ୍ୱଳ୍ପ ଲକ୍ଷଣ ଥିବା କୋରୋନା ରୋଗୀ ଭୟଭୀତ ହୋଇ ମେଡିକାଲକୁ ଆସୁଛନ୍ତି । ସେମାନେ ଭୟଭୀତ ହେବା ଉଚିତ ନୁହେଁ ବୋଲି ପରାମର୍ଶ ଦେଇଛନ୍ତି ସିବିକେ ମହାନ୍ତି । ଗୁରୁତର ରୋଗୀଙ୍କୁ ଆଇସିୟୁ ସେବା ଯୋଗାଇ ଦିଆଯିବ । ଓଡିଶାରେ ଅମ୍ଲଜାନର ଅଭାବ ନାହିଁ । ଅଧିକ ଅଛି ବୋଲି ବାହାର ରାଜ୍ୟକୁ ଅମ୍ଲଜାନ ଯୋଗାଇ ଦିଆଯାଉଛି ବୋଲି ମହାନ୍ତି କହିଛନ୍ତି । କୋଭିଡ ରୋଗୀଙ୍କ ପାଇଁ ବେଡ୍‌ର ଅଭାବ ନାହିଁ । ବେଡ୍ ସଂଖ୍ୟା ଆହୁରି ବୃଦ୍ଧି ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.