ଯୁବକଙ୍କ ଆତ୍ମହତ୍ୟା ଘଟଣାରେ ଗୋଳନ୍ଥରା ଥାନାର ଦୁଇ ପୋଲିସ କର୍ମଚାରୀ ସସପେଣ୍ଡ୍‌, ଆଇଆଇସିଙ୍କୁ ବଦଳି

ବ୍ରହ୍ମପୁର- ବ୍ରହ୍ମପୁର ଗୋଳନ୍ଥରା ଥାନାରେ ଯୁବକଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗୋଳନ୍ଥରା ଥାନାରେ ୨ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ୍ କରିଛନ୍ତି ଏସପି । ଏସଆଇ ପି.ସି ଆଚାର୍ଯ୍ୟ ଓ ସେଂଟ୍ରି ଡି.ପି ଜେନାଙ୍କୁ ସସପେଣ୍ଡ୍ କରାଯାଇଛି । ଏଥିସହତି ଗୋଳନ୍ଥରା ଆଇଆଇସିଙ୍କୁ ବଦଳି କରାଯାଇଛି । ଦୁଇ ଦିନ ତଳେ ଥାନାରେ ଜଣେ ଯୁବକ ବେଲ୍ଟ ଲଗାଇ ଆତ୍ମହତ୍ୟା କରିଥିଲେ ।

Comments are closed.