ରାଜଧାନୀରେ ଭିନ୍ନକ୍ଷମ ଯୁବତୀଙ୍କୁ ଯୈାନ ନିର୍ଯ୍ୟାତନା ପ୍ରସଙ୍ଗରେ ନିଜ ଆଡୁ ତଦନ୍ତ କରିବେ ଭିନ୍ନକ୍ଷମ କମିଶନ

ଭୁବନେଶ୍ୱର-ରାଜଧାନୀରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଯୈାନ ନିର୍ଯାତନା ପ୍ରସଙ୍ଗରେ ଭିନ୍ନକ୍ଷମ କମିଶନ ନିଜଆଡୁ ତଦନ୍ତ କରିବେ । କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଘଟଣା ପଦାକୁ ଆସିବା ପରେ ନିଜ ଆଡୁ ମାମଲା ରୁଜୁ କରାଯାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଭିନ୍ନକ୍ଷମ କମିଶନ ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ । ଦୋଷୀଙ୍କୁ ଛଡାଯିବ ନାହିଁ ବୋଲି ସୁଲୋଚନା କହିଛନ୍ତି । ଏହା ଅତି ଲଜ୍ଜାଜନକ ଘଟଣା । ଏ ନେଇ କମିଶନଙ୍କ ପାଖରେ କେହି ଅଭିଯୋଗ କରିନାହାନ୍ତି । କିନ୍ତୁ ଏହି ଘଟଣାକୁ ସେ ନିଜଆଡୁ ଗ୍ରହଣ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୁଲୋଚନା ଦାସ କହିଛନ୍ତି ।

Comments are closed.