ରାଜ୍ୟରେ ୧୬ଟି ଜିଲ୍ଲାରେ ପ୍ରତିଷ୍ଠା କରାଯିବ ଆରଟିପିିସିଆର ଲ୍ୟାବ୍

ଭୁବନେଶ୍ୱର- କୋରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟର ୧୬ଟି ଜିଲ୍ଲାର ସଦର ମହକୁମାରେ ଆରଟିପିସିଆର୍ ଲ୍ୟାବ୍ ପ୍ରତିଷ୍ଠା କରାଯିବ । ପ୍ରତି ଲାବେରେଟୋରି ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ପ୍ରତି ଲ୍ୟାବ୍‌ରେ ପ୍ରତି ସିଫ୍ଟରେ ୪ ଜମ ଲେଖାଏଁ କର୍ମଚାରୀ ନିଯୁକ୍ତି ହେବେ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଭଦ୍ରକ, ବୌଦ୍ଧ, ବରଗଡ, ଢେଙ୍କାନାଳ, ଜଗତସିଂହପୁର, ଗଜପତି, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, ଖୋର୍ଦ୍ଧା, ମାଲକାନଗିିରି, ନବରଙ୍ଗପୁର, ନୂଆପଡା, ସୁବର୍ଣ୍ଣପୁର, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ ପ୍ରତିଷ୍ଠା କରାଯିବ ଆରଟିପିସିଆର୍ ଲ୍ୟାବ୍ ।

Comments are closed.